ସାଂସଦ ପାଣ୍ଠି ଅନ୍ତର୍ଗତ ମାସିକ ପ୍ରଗତି ରିପୋର୍ଟ : ଓଡ଼ିଶା ସାଂସଦଙ୍କ ଶ୍ରେଷ୍ଠ ପ୍ରଦର୍ଶନ

ନୂଆଦିଲ୍ଲୀ : ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି (ଏମ୍‌ପିଲ୍ୟାଡ୍‌ସ) ଅନ୍ତର୍ଗତ ମାସିକ ପ୍ରଗତି ରିପୋର୍ଟ ତଥା କାର୍ଯ୍ୟଓ୍ଵାରୀ ସୂଚନା ଗୁଡ଼ିକୁ ଏମ୍‌ପିଲ୍ୟାଡ୍‌ସ ଓ୍ଵବ୍‌ ପୋର୍ଟାଲ୍‌ରେ ଅପଲୋଡ୍‌ କରିବାରେ ଓଡ଼ିଶାର ସାଂସଦମାନଙ୍କ ପ୍ରଦର୍ଶନ ଶ୍ରେଷ୍ଠ। ଆଜି ଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏମ୍‌ପିଲ୍ୟାଡ୍‌ସ ବାର୍ଷିକ ସମୀକ୍ଷା ବୈଠକ ଆଲୋଚନାରୁ ଏହା ଜଣାପଡ଼ିଛି। କେବଳ ଓଡ଼ିଶା ନୁହେଁ, ହରିୟାଣା, ଛତିଶଗଡ଼, ମିଜୋରାମ୍‌, ପଂଜାବ, ସିକ୍କିମ୍‌, ତାମିଲନାଡ଼ୁ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଗୁଜରାଟର ସାଂସଦମାନଙ୍କ ମାସିକ ପ୍ରଗତି ରିପୋର୍ଟ ତଥା ଏମ୍‌ପିଲ୍ୟାଡ୍‌ସ କାର୍ଯ୍ୟକ୍ରମ ଅନ୍ତର୍ଗତ କାର୍ଯ୍ୟଓ୍ଵାରୀ ସୂଚନା ଗୁଡ଼ିକୁ େଓ୍ଵବ୍‌ ପୋର୍ଟାଲ୍‌ରେ ଅପ୍‌ଲୋଡ଼ କରିବା ପ୍ରଦର୍ଶନକୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଇଛି। ଏମ୍‌ପିଲ୍ୟାଡ୍‌ସ ଅନ୍ତର୍ଗତ ମଂଜୁର କରାଯାଇଥିବା ପାଣ୍ଠିର ଶତ ପ୍ରତିଶତ ବିନିଯୋଗ କରିବା, ସାଂସଦ ପାଣ୍ଠି ବାବଦ ସମ୍ପୂର୍ଣ୍ଣ କିସ୍ତିକୁ ମଂଜୁର କରାଯିବା, ରାଜ୍ୟସ୍ତରରେ ଏମ୍‌ପିଲ୍ୟାଡ୍‌ସ କ୍ରିୟାନ୍ଵୟନର ସମୀକ୍ଷା ବୈଠକ କରାଯିବା ଭଳି ପ୍ରସଙ୍ଗ ସମ୍ପର୍କରେ କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କ୍ରିୟାନ୍ଵୟନ ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ ଆଜିର ବୈଠକରେ ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର