ସାଇକେଲ୍‌, ଇ-କାର୍‌ରେ ସଂସଦକୁ ଆସିଲେ ମନ୍ତ୍ରୀ, ସାଂସଦ

ନୂଆଦିଲ୍ଲୀ: ପ୍ରଦୂଷଣକୁ ରୋକିବା ଉଦ୍ଦେଶ୍ୟରେ ସଂସଦର ଶୀତକାଳୀନ ଅଧିବେଶନରେ ଯୋଗ ଦେବାକୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଆଜି ଇ-କାର୍‌ରେ ସଂସଦକୁ ଆସିଥିଲେ। ହ୍ୟୁଣ୍ଡାଇ କୋନା କାର୍‌ରେ ଜାଭଡ଼େକର ଆସିଥିବାବେଳେ ଏଥିରେ ଭାରତ ସରକାର ବୋଲି ଲେଖା ଥିଲା। ଦିଲ୍ଲୀରେ ସରକାର ପ୍ରଦୂଷଣ ରୋକିବାକୁ ପ୍ରୟାସ କରୁଛନ୍ତି। ତେଣୁ ଇ-ଗାଡିର ବ୍ୟବହାରକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ପରିବେଶକୁ ପ୍ରଦୂଷଣମୁକ୍ତ କରିବାକୁ ହେଲେ ଇ-ଗାଡି ବ୍ୟବହାର କରିବାକୁ ସେ ନିବେଦନ କରିଛନ୍ତି। ମନ୍ତ୍ରୀଙ୍କ ଏହି ଇ-କାର୍‌ର ଦାମ ରହିଛି ୨୫.୩୦ ଲକ୍ଷ ଟଙ୍କା। ଏଥିରେ ୧୩୬ ଏଚ୍‌ପି ପାଵାରର ବ୍ୟାଟେରି ବ୍ୟବହୃତ ହୋଇଛି। ଏସି ଚାର୍ଜରରେ ୬.୫ ଘଣ୍ଟା ଚାର୍ଜରେ ବସିଲେ ବ୍ୟାଟେରି ଫୁଲ୍‌ ଚାର୍ଜ ହେଉଥିବାବେଳେ ଡିସି ଚାର୍ଜରରେ ୫୭ ମିନିଟ୍‌ ଲାଗୁଛି। ସେହିଭଳି ଆଜି କେତେକ ସାଂସଦ ସାଇକେଲ୍‌ ଚଳାଇ ସଂସଦ ଭବନକୁ ଆସିଥିବା ନଜରକୁ ଆସିଥିଲା। ସେମାନଙ୍କ ମଧ୍ୟରେ ବିଜେପି ସାଂସଦ ମନସୁଖ ମଣ୍ଡଭିୟ ଏବଂ ମନୋଜ ତିୱାରୀ ରହିଥିଲେ।

ସମ୍ବନ୍ଧିତ ଖବର