ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ ନୁହେଁ, ମୋତେ ପୂର୍ବରୁ ଏ ବିଷୟରେ ଆଭାସ ହୋଇଯାଇଥିଲା : ମୁକେଶ ଭଟ୍ଟ

ମୁମ୍ବାଇ: ପ୍ରଥମେ ବଲିଉଡ ଅଭିନେତା ଇରଫାନ ଖାନଙ୍କ ମୃତ୍ୟୁ, ପରେ ଋଷି କପୁରଙ୍କ ମୃତ୍ୟୁ ଏବଂ ଗତକାଲି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କରିବା ଘଟଣା ବଲିଉଡକୁ ସ୍ତବ୍ଧ କରିଛି | ଯେଉଁଭଳି ଭାବରେ ସୁଶାନ୍ତ ସିଂ ରାଜପୁତ ନିଜ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି, ତାକୁ ଏବେ ବି ଲୋକ ବିଶ୍ୱାସ କରିପାରୁନାହାନ୍ତି । କିନ୍ତୁ ଚଳଚ୍ଚିତ୍ର ନିର୍ମାତା ମୁକେଶ ଭଟ୍ଟ ତାଙ୍କ ଆତ୍ମହତ୍ୟାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଘଟଣା ବିଷୟରେ ଜାଣି ମୁଁ ଆଶ୍ଚର୍ଯ୍ୟ ନୁହେଁ କାରଣ ଏଭଳି କିଛି ହେବାର ଆଭାସ ମୋତେ ପୂର୍ବରୁ ହୋଇସାରିଥିଲା ଏବଂ ମୁଁ ମୋ ଭାଇ ମହେଶ ଭଟ୍ଟଙ୍କ ସହ ଏ ବିଷୟରେ କଥା ମଧ୍ୟ ହୋଇଥିଲି । ସୁଶାନ୍ତ ଅଭିନେତ୍ରୀ ପରବୀନ ବାବିଙ୍କ ବାଟରେ ଯାଉଥିବା ନେଇ ମୋତେ ପୂର୍ବରୁ ଆଭାସ ହୋଇଥିଲା |

परवीन बॉबी की राह पर चल रहा था सुशांत
news18

ସୂଚନା ମୁତାବକ, ଅଭିନେତ୍ରୀ ପରବୀନ ବାବି ମଧ୍ୟ ଅବସାଦଗ୍ରସ୍ତ ହୋଇ ୩ ଦିନ ପର୍ଯ୍ୟନ୍ତ କିଛି ନଖାଇ ଆତ୍ମହତ୍ୟା କରିଥିଲେ | ମୁକେଶ ଭଟ୍ଟଙ୍କ କହିବା ମୁତାବକ, ସୁଶାନ୍ତଙ୍କ ସହ ମୋର ପ୍ରଥମ ସାକ୍ଷାତ ହୋଇଥିଲା ଯେତେବେଳେ ଆମେ ‘ଆଶିକ୍-୨’ ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତ ହେଉଥିଲୁ, ସେତେବେଳେ ସୁଶାନ୍ତ ମୋ ପାଖକୁ ଆସିଥିଲେ ଏବଂ ସେ ଏହି ଫିଲ୍ମରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ସେତେବେଳେ ତାରିଖ ସମସ୍ୟା ହେତୁ ଆମେ ଏକାଠି କାମ କରିପାରିଲୁ ନାହିଁ | କିଛି ବର୍ଷ ପରେ ସେ ଫିଲ୍ମ ‘ସଡକ-୨’ର ପ୍ରସ୍ତୁତି ସମୟରେ ମୋ ପାଖକୁ ଆସି ଏହି ଫିଲ୍ମରେ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ | ସେ ସମୟରେ ତାଙ୍କ ଚାଲିଚଳନ ଏବଂ କଥାବାର୍ତ୍ତାରୁ ସେ ଠିକ ନ ଥିବା ମୁଁ ଜାଣି ପାରିଥିଲି| ଏମିତିକି ତାଙ୍କୁ ମୁଁ କେମିତି ଅଛ ବୋଲି ପଚାରିଥିଲି, କିନ୍ତୁ ସେ ମୋତେ ଠିକ ଅଛି ବୋଲି କହି ବିଶେଷ କିଛି ଜଣାଇ ନଥିଲେ | ସେହି ଦିନ ମୁଁ ଘରକୁ ଆସି ମହେଶ ଭଟ୍ଟଙ୍କୁ ସୁଶାନ୍ତଙ୍କ ବିଷୟରେ ଜଣାଇଥିଲି | ଏହା ସହ ସେ ପରବୀନ ବାବିଙ୍କ ବାଟରେ ଯାଉଥିବା ବିଷୟରେ ମଧ୍ୟ ମୁଁ କହିଥିଲି| ଏହାର କିଛି ଦିନ ପରେ ସେ ଅବସାଦଗ୍ରସ୍ତ ଥିବାରୁ ନିଜର ଚିକିତ୍ସା କରାଉଥିବା ଖବର ସାମ୍ନାକୁ ଆସିଥିଲା | ତାଙ୍କର ଏଭଳି ପଦକ୍ଷପ ଆମ ସମସ୍ତଙ୍କୁ ଦୁଃଖିତ କରିଛି |

ସମ୍ବନ୍ଧିତ ଖବର