ମୁମ୍ବାଇ: ମରାମତି ଓ ରକ୍ଷଣବେକ୍ଷଣ କାର୍ଯ୍ୟ ସକାଶ ମଙ୍ଗଳବାର ପୂର୍ବାହ୍ନ ୧୧ଟା ରୁ ଅପରାହ୍ଣ ୫ଟା- ୬ ଘଣ୍ଟା ଲାଗି ମୁମ୍ବାଇ ବିମାନ ବନ୍ଦରର ମେନ୍ ଏବଂ ସେକେଣ୍ଡାରି ରନ୍େଓ୍ଵ ବନ୍ଦ ରହୁଥିବାରୁ ବିମାନ ଚଳାଚଳ ବନ୍ଦ ରହିବ।
ଅକ୍ଟୋବର, ଏବଂ ଫେବ୍ରୁଆରି-ମାର୍ଚ ସମୟ ଅବଧି ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ମୁମ୍ବାଇ ଏୟାର୍ପୋର୍ଟ ରନ୍େଓ୍ଵ ରକ୍ଷଣବେକ୍ଷଣ ଓ ମରାମତି କରିବ।
ଏଥିଯୋଗୁଁ ପ୍ରାୟ ଦୈନିକ ୩୦୦ ବିମାନ ଚଳାଚଳ ପ୍ରଭାବିତ ହେବାର ସମ୍ଭାବନା ରହିଛି।
କାମ ହେବା ପାଇଁ ଉଭୟ ୦୯/୨୭ ଏବଂ ୧୪/୩୨ ରନ୍େଓ୍ଵ ଅକ୍ଟୋବର ୨୩ ତାରିଖ ପୂର୍ବାହ୍ନ ୧୧ଟା ରୁ ଅପରାହ୍ଣ ୫ଟା ଯାଏଁ ବନ୍ଦ ରହିବ ବୋଲି ମୁମ୍ବାଇ ଇଣ୍ଟର୍ନେସ୍ନାଲ୍ ଏୟାର୍ପୋର୍ଟ ଲିମିଟେଡ୍ ଅକ୍ଟୋବର ୪ ତାରିଖରେ କହିଥିଲା।
ଦ୍ୱିତୀୟ ପର୍ଯ୍ୟାୟରେ ଫେବ୍ରୁଆରି ୭ ରୁ ମାର୍ଚ ୩୦ ମଧ୍ୟରେ ମଙ୍ଗଳବାର, ଗୁରୁବାର ଏବଂ ଶନିବାରଗୁଡ଼ିକରେ ଦିବା ୧୧ଟାରୁ ସନ୍ଧ୍ୟା ୫ଟା ଯାଏ ମରାମତି କାର୍ଯ୍ୟ ଚାଲିବ।
ମୁମ୍ବାଇ ଏୟାର୍ପୋର୍ଟରେ ଦୈନିକ ପ୍ରାୟ ୧୦୦୦ ବିମାନ ଉଡ଼ାଣ ଓ ଅବତରଣ କରନ୍ତି।