ସଂକ୍ରମଣରେ ଉହାନ୍‌ ସହରକୁ ଟପିଲା ମୁମ୍ବାଇ

ମୁମ୍ବାଇ : ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ କରୋନା ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ। ମୁମ୍ବାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୧ ହଜାର ଟପିଯାଇଛି ଏବଂ ଏଥିସହ ଏହା କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ତଥା ଚୀନ୍‌ର ଉହାନ୍‌ ସହରକୁ ସଂକ୍ରମଣ ମାମଲାରେ ଟପିଯାଇଛି। ଉହାନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ୩୩୩ ଥିବାବେଳେ ମୁମ୍ବାଇରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫୧ ହଜାର ୧୦୦ରେ ପହଞ୍ଚିଛି। ଅନ୍ୟପକ୍ଷେ ଉହାନ୍‌ରେ ୩,୮୬୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା‌ବେଳେ ମୁମ୍ବାଇ ସହରରେ ୧୭୬୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଇତି ମଧ୍ୟ‌ରେ ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ୯୦ ହଜାର ପହଞ୍ଚିଥିବା ବେଳେ ଏହା ଚୀନ୍‌ର ମୋଟ୍‌ ସଂକ୍ରମଣ ମାମଲାଠାରୁ ବହୁତ୍‌ ଆଗରେ ଅଛି।

ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ମହାରାଷ୍ଟ୍ରରେ ୨,୨୫୯ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୧୨୦ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ୍‌ ମୃତ୍ୟୁସଂଖ୍ୟା ୩ ହଜାର ୨୮୯ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ବଢ଼ି ଚାଲିଥିବାରୁ ସମସ୍ତ ସରକାରୀ ଅଫିସ୍‌ ଗୁଡ଼ିକ ୧୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରୁଛି ଏବଂ ଘରୋଇ ଅଫିସ୍‌ ଗୁଡ଼ିକ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରୁଛି।

ସମ୍ବନ୍ଧିତ ଖବର