୪୧ଟି ମାମଲାରେ ଅପରାଧୀକୁ ଧରାଇ ଥିବା ରୁବିକୁ ମୁମ୍ବାଇ ପୁଲିସର ଶ୍ରଦ୍ଧାଞ୍ଜଳି

ମୁମ୍ବାଇ: ଗୁରୁବାର ମୁମ୍ବାଇ ପୁଲିସ ଅତ୍ୟନ୍ତ ଆବେଗର ସହିତ ବୋମା ନିରୋଧୀ ସ୍କ୍ଵାଡର ଷ୍ଟାର ସ୍ନିଫର ଡଗ୍‌ ରୁବିକୁ ଅନ୍ତିମ ବିଦାୟ ଦେଇଛି। ରୁବି ଅନେକ ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲା। ଡାକ୍ତରଙ୍କ ବହୁ ପ୍ରଚେଷ୍ଟା ଓ ଜୀବନ ସହ ରୁବିର ଅନେକ ସଂଘର୍ଷ ପରେ ତା’ର ନିଧନ ହୋଇଛି।

ସୂଚନାଯୋଗ୍ୟ, ରୁବି ୨୦୦୯ ମସିହା ଜୁନ୍‌ ୧୯ ତାରିଖରେ ମୁମ୍ବାଇ ପୁଲିସର ବୋମା ନିରୋଧକ ସ୍କ୍ଵାର୍ଡରେ ଯୋଗ ଦେଇଥିଲା।

ମୁମ୍ବାଇ ପୁଲିସ ଟୁଇଟର ଜରିଆରେ ରୁବିକୁ ଶ୍ରଦ୍ଧାଞ୍ଚଳି ଦେଇ କହିଛି, ବୋମା ନିରୋଧକ ସ୍କ୍ଵାର୍ଡର ରୁବି ଥିଲା ଷ୍ଟାର। ରୁବିର ସ୍ଥାନ ଅପୂରଣୀୟ, ସେ ସବୁବେଳେ ଆମ ମନ ଭିତରେ ଜୀବିତ ରହିବ।

ମୁମ୍ବାଇ ପୁଲିସ ଟୁଇଟର ଜରିଆରେ ରୁବିକୁ ଶ୍ରଦ୍ଧାଞ୍ଚଳି ଦେଇ କହିଛି, ବୋମା ନିରୋଧକ ସ୍କ୍ଵାର୍ଡର ରୁବି ଥିଲା ଷ୍ଟାର। ରୁବିର ସ୍ଥାନ ଅପୂରଣୀୟ, ସେ ସବୁବେଳେ ଆମ ମନ ଭିତରେ ଜୀବିତ ରହିବ।

ପ୍ରଶିକ୍ଷକ ପି.ସି.ନରେଶ ଓ ପି.ଏନ୍‌.ସନ୍ଦୀପ ଶ୍ୟାଥ୍ୟାପା ରୁବିକୁ ପ୍ରଶିକ୍ଷଣ ଦେଇଥିଲେ। ବୋମା ନିରୋଧକ ସ୍କ୍ଵାର୍ଡରେ ଥାଇ ରୁବି ୪୧ଟି ମାମଲାର ସମାଧାନ କରିବା ପଛରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି, ଯାହା ସ୍ମରଣୀୟ ହୋଇ ରହିବ।

ମୁମ୍ବାଇ ପୁଲିସ ରୁବିଙ୍କ ପାଇଁ ଏକ ଭିଡିଓ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି, ରୁବିର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା ୨୦୧୫ରେ ମୁମ୍ବାଇର ଖାର ଇଷ୍ଟରେ ଏକ ବଡ଼ ଧରଣର ହତ୍ୟା ଘଟଣାରେ ଚପଲ ଗନ୍ଧରୁ ଅପରାଧୀକୁ ଧରାଇବା। ଷ୍ଟାର ରୁବିକୁ ଆମର ଶେଷ ସଲାମ୍‌ ।

ସମ୍ବନ୍ଧିତ ଖବର