ମହିଳାଙ୍କୁ ଜିଅନ୍ତା ଜାଳିଦେଲେ

ସମ୍ଭଲ (ୟୁପି): ଉତ୍ତର ପ୍ରଦେଶର ସମ୍ଭଲ ଅଞ୍ଚଳରେ ଏକ ଛାତିଥରା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଜଣେ ୩୫ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରିବାରେ ବିଫଳ ହେବା ପରେ ସମ୍ପୃକ୍ତ ଦୁର୍ବୃତ୍ତମାନେ ତାଙ୍କୁ ସେଠାକାର ଏକ ମନ୍ଦିରରେ ଥିବା ଏକ ଯଜ୍ଞକୁଣ୍ଡରେ ଜିଅନ୍ତା ପୋଡ଼ି ମାରି ଦେଇଛନ୍ତି। ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି। ପୁଲିସ ସୂଚନା ଅନୁସାରେ ତଡ଼କେ ରାଜପୁରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଏହି ଘଟଣା ଘଟିଛି। ପୀଡ଼ିତାଙ୍କ ସ୍ୱାମୀ ଗାଜିଆବାଦରେ ଦିନମଜୁରିଆ ଭାବେ କାମ କରନ୍ତି।

ସମ୍ବନ୍ଧିତ ଖବର