ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖି ଦୁର୍ବୃତ୍ତମାନେ ଫେରାର ହୋଇଥିବା ଇନୋଭା ଗାଡ଼ି ମୁମ୍ବାଇ ପୁଲିସର ଥିଲା

ମୁମ୍ବାଇ: ପେବ୍ରୁଆରି ୨୫ରେ ରିଲାଏନ୍ସ ଇଣ୍ଟଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ବାସଭବନ ଆଣ୍ଟିଲିଆ ତଳୁ ଏକ ବିସ୍ଫୋରକ ଭର୍ତ୍ତିି ଗାଡ଼ି ଜବତ କରାଯାଇଥିଲା। ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖି ଚାଳକଜଣଙ୍କ ଯେଉଁ ଧଳା ରଙ୍ଗର ଇନୋଭା ଗାଡ଼ିରେ ବସି ଫେରାର ହୋଇଯାଇଥିଲେ, ସେହି ଗାଡ଼ି ମୁମ୍ବାଇ ପୁଲିସର ବୋଲି ଜଣାପଡ଼ିିଛି।

ndtv

ସିସିଟିଭି ଯାଞ୍ଚ ପରେ ଗାଡ଼ିଟି ଥାନେ-ମୁଲୁଣ୍ଡ ଟୋଲ ପ୍ଲାଜାରେ ଟୋଲ ଦେଇ ଥାନେ ଅଭିମୁଖେ ଯାଇଥିଲା। ଗାଡ଼ି ଭିତରେ ଦୁଇଜଣ ବସିଥିବାର ଦେଖାଯାଇଥିଲା। ଏବେ ସୂଚନା ମିଳିଛି ଯେ, ଦୁର୍ବୃତ୍ତମାନେ ଫେରାର ହୋଇଥିବା ଇନୋଭା ଗାଡ଼ି ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଥିଲା। ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ମନସୁଖ ହିରେନଙ୍କର ଥିବା ବେଳେ ଇନୋଭା ଗାଡ଼ି ମାଲିକଙ୍କୁ ଖୋଜା ଯାଉଥିଲା। ଏବେ ତାହା ମୁମ୍ବାଇ କ୍ରାଇମ ବ୍ରାଞ୍ଚର ବୋଲି ଜଣାପଡ଼ିବା ପରେ ମାମଲା ନୂଆ ମୋଡ଼ ନେଇଛି, କାରଣ ସ୍କର୍ପିଓ ମାଲିକ ମନସୁଖ ହିରେନଙ୍କ ହତ୍ୟା ଅଭିଯୋଗ ଲାଗିଥିବା ପୁଲିସ କର୍ମଚାରୀ ସଚିନ ବଜେ ମଧ୍ୟ ମୁମ୍ବାଇ କ୍ରାଇମ ବ୍ରାଞ୍ଚରେ ଥିଲେ। ସ୍କର୍ପିଓ ମାଲିକ ମନସୁଖ ହିରେନଙ୍କର ସନ୍ଦେହଜନକ ମୃତ୍ୟୁ ପରେ ତାଙ୍କ ପତ୍ନୀ ପୁଲିସ କର୍ମଚାରୀ ସଚିନ ବଜେଙ୍କ ଉପରେ ହତ୍ୟା ଅଭିଯୋଗ ଲଗାଇଥିଲେ। ଏନେଇ ଗତକାଲି ପୁଲିସ କର୍ମଚାରୀ ସଚିନ ବଜେଙ୍କୁ ଏନଆଇଏ ପଚରାଉଚରା କରିବା ସହ ଗିରଫ କରିଥିଲା। ଏବେ ଇନୋଭା ଗାଡ଼ିଟି ମୁମ୍ବାଇ କ୍ରାଇମ ବ୍ରାଞ୍ଚର ବୋଲିି ଜଣାପଡ଼ିବା ପରେ ଏହି ଘଟଣା କେଉଁ ମୋଡ଼ ନେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର