ନାବାର୍ଡ: ଆର୍‌ଆଇଡିଏଫ୍‌ ଯୋଜନାରେ ୩ ବର୍ଷରେ ୭୮୯୦.୩୨ କୋଟି, ୯ଟି ଯୋଜନାରେ ଅର୍ଥ ପ୍ରଦାନ

ନୂଆଦିଲ୍ଲୀ : ୨୦୧୮-୧୯ ରୁ ୨୦୨୦-୨୧ ମଧ୍ୟରେ ଓଡ଼ିଶାକୁ ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଦ୍ବାରା ୭୮୯୦.୩୨ କୋଟି ଟଙ୍କାର ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ଆରଆଇଡିଏଫ୍‌) ପ୍ରଦାନ କରାଯାଇଛି। ଗତ ତିନି ବର୍ଷରେ ନଅଟି ଯୋଜନାରେ ବିଭିନ୍ନ ରାଜ୍ୟମାନଙ୍କ ସହ ଓଡ଼ିଶାକୁ ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା ରିପୋର୍ଟରେ ଏହା ଉଲ୍ଲେଖ ରହିଛି।

ପ୍ରକାଶିତ ରିପୋର୍ଟ ଅନୁସାରେ ତିନି ବର୍ଷରେ ଓଡ଼ିଶାକୁ ୨୮୮୪.୬୩ କୋଟି ଟଙ୍କାର ଦୀର୍ଘ ମିଆଦି ଜଳସେଚନ ପାଣ୍ଠି (ଏଲଟିଆଇ), ୨୦୧୮-୧୯ ରେ ୫.୯୧ କୋଟି ଟଙ୍କାର ପଣ୍ୟାଗାର ଭିତ୍ତିଭୂମି ପାଣ୍ଠି, ଜଳବାୟୁ ପରିବର୍ତ୍ତନ ଅନୁଦାନ ସହାୟତା ବାବଦରେ ୧୧୮୬.୭ ଲକ୍ଷ ଟଙ୍କା, ତିନି ବର୍ଷରେ ପଣ୍ୟାଗାର ବିକାଶ ପାଣ୍ଠି ଅଧୀନରେ ୨୭୯୬.୧୪ ଲକ୍ଷ ଟଙ୍କା, ଗତ ତିନି ବର୍ଷରେ ୨୧୭୨.୯୦ ଲକ୍ଷ ଟଙ୍କାର ଆଦିବାସୀ ବିକାଶ ପାଣ୍ଠି, କୃଷି ଉତ୍ପାଦକ ସଂଗଠନମାନଙ୍କୁ ୮୪୫.୩୨ ଲକ୍ଷ ଟଙ୍କା ଓ କୃଷି କ୍ଷେତ୍ର ପାଣ୍ଠି ବାବଦରେ ରାଜ୍ୟକୁ ତିନି ବର୍ଷରେ ୩୩୫.୩୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ପାଣ୍ଠି ଅଧୀନରେ ଓଡିଶାକୁ କୌଣସି ପାଣ୍ଠି ଆବଣ୍ଟନ କରାଯାଇନାହିଁ।

ସମ୍ବନ୍ଧିତ ଖବର