ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ କାରକୁ ଧକ୍କା ଦେଇଥିବା ଟ୍ରକର ଡ୍ରାଇଭର ଏବଂ ହେଲ୍ପରର ନାର୍କୋ ଟେଷ୍ଟ ଆଜି

ନୂଆଦିଲ୍ଲୀ: ଗତ ଜୁଲାଇ ୨୮ ତାରିଖରେ ଉତ୍ତର ପ୍ରଦେଶର ରାୟବରେଲୀରେ ପୀଡିତା ଜଣକ ନିଜ ଖୁଡି ଓ ଓକିଲଙ୍କ ସହ କାରରେ ଯାଉଥିବାବେଳେ ଏକ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା |
ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ କାରକୁ ଧକ୍କା ଦେଇ ଜେଲଦଣ୍ଡ ଭୋଗୁଥିବା ଟ୍ରକ ଡ୍ରାଇଭର ଏବଂ ହେଲ୍ପରର ଆଜି ନାର୍କୋ ଟେଷ୍ଟ କରାଯିବ । ଏପରିକି ସେମାନଙ୍କର ବ୍ରେନ ମ୍ୟାପିଂ ଓ ଫିଙ୍ଗର ପ୍ରିଂଟ ଟେଷ୍ଟ ମଧ୍ୟ କରାଯିବ । ଏହାପରେ ସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

photo-amarujala

ସୂଚନାଯୋଗ୍ୟ, ଆବେଦନକାରୀଙ୍କ ଅପିଲ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଭାରୀ ସୁବ୍ରତ ପାଠକ ଏ ନେଇ ଅନୁମତି ଦେଇଛନ୍ତି । ଦୁଷ୍କର୍ମ ପୀଡିତାଙ୍କ କାର ସହ ରାଏବରେଲୀରେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଓ ହେଲ୍ପରଙ୍କର ଗତ ବୁଧବାର ଦିନ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କର ଉନ୍ନତ ଚିକିତ୍ସା ଏବେ ଦିଲ୍ଲୀ ଏମ୍ସରେ ଚାଲିଛି ।

ସମ୍ବନ୍ଧିତ ଖବର