ଭାରତୀୟ ଛାତ୍ର ତିଆରି କଲେ ବିଶ୍ୱର ସବୁଠୁ ଛୋଟ ସାଟେଲାଇଟ୍, ମହାକାଶକୁ ପଠାଇଲା ନାସା

ନୂଆଦିଲ୍ଲୀ : ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଅନ୍ତର୍ଜାତୀୟ ସ୍ତରରେ ନାଁ କମାଇବା ପରେ ତାହା ଦେଶର ଯୁବପିଢିଙ୍କୁ ବେଶ ଅନୁପ୍ରାଣିତ କରିପାରିଛି । ଅଧିକରୁ ଅଧିକ ଛାତ୍ରଛାତ୍ରୀ ମହାକାଶ ଗବେଷଣା ପ୍ରତି ଆଗ୍ରହୀ ହେଉଛନ୍ତି । ଦିଲ୍ଲୀରେ ପଢୁଥିବା ଜଣେ ୧୭ ବର୍ଷୀୟ ଇଂଜିନିୟରିଂ ଛାତ୍ର ଆଭାସ ସିକ୍କା ଏକ କ୍ଷୁଦ୍ର ସାଟେଲାଇଟ୍ ତିଆରି କରିଛନ୍ତି । ଏହାର ନାଁ ରଖାଯାଇଛି ରମନସ୍ୟାଟ୍-୨ ।

ଏହା ଆକାରରେ ମାତ୍ର ୪ ସେମି ଲମ୍ବା, ୪ ସେମି ଚଉଡା ଅର୍ଥାତ ଏକ ଦିଆସିଲ ଆକାରର । ଏହି ସାଟେଲାଇଟକୁ ଆମେରିକୀୟ ମହାକାଶ ସଂସ୍ଥା ନାସା ମହାକାଶକୁ ପ୍ରେରଣ କରିଛି । ଏକ ବେଲୁନ ସାହାଯ୍ୟରେ ଏହାକୁ ପ୍ରେରଣ କରାଯାଇଛି । ଏହି କ୍ଷୁଦ୍ର ସାଟେଲାଇଟ ମାଧ୍ୟମରେ ମହାକାଶ ଓ ସୂର୍ଯ୍ୟରୁ ପୃଥିବୀକୁ ଆସୁଥିବା ବିିକିରଣ ଉପରେ ଅଧ୍ୟୟନ କରିବ । ଆମେରିକାର ନ୍ୟୁ ମେକ୍ସିକୋଠାରେ ଥିବା କଲମ୍ବିଆ ସାଇଣ୍ଟିଫିକ ବେଲୁନ କେନ୍ଦ୍ରରୁ ଏହାକୁ ପ୍ରେରଣ କରାଯାଇଛି । ଏହା ପୃଥିବୀ ପୃଷ୍ଠରୁ ୩୮ କିମି ଉଚ୍ଚତାରେ ଥିବା କକ୍ଷପଥରେ ସ୍ଥାପିତ ହୋଇଛି ।

ସମ୍ବନ୍ଧିତ ଖବର