ଚନ୍ଦ୍ରଯାନ-୨ ଉପରେ ନାସା ବି ନଜର ରଖିଛି, କାରଣ ଜାଣନ୍ତୁ

ବାଙ୍ଗାଲୁରୁ : ଭାରତର ୨ୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଅବଗଣନା ଆରମ୍ଭ ହୋଇଗଲାଣି । ଭାରତର ୧୩୦ କୋଟି ଜନତା ଏହାକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ମଧ୍ୟ ଏହା ଉପରେ ନଜର ରଖିଛନ୍ତି । କିନ୍ତୁ ଆମେରିକାର ମହାକାଶ ସଂସ୍ଥା ନାସା ମଧ୍ୟ ଉତ୍କଣ୍ଠାର ସହ ଏହି ମିଶନ ଉପରେ ନଜର ରଖିଛି । କାରଣ ଆସନ୍ତା ୨୦୨୪ ସୁଦ୍ଧା ନାସା ଚନ୍ଦ୍ରପୃଷ୍ଠରେ ୨ୟ ମଣିଷ ଓ ପ୍ରଥମ ନାରୀ ଓହ୍ଲାଇବାକୁ ଚାହୁଁଛି । ଅନ୍ୟପକ୍ଷରେ ନାସା ମଧ୍ୟ ନିଜର ମଙ୍ଗଳ ଅଭିଯାନ ପାଇଁ ଚନ୍ଦ୍ରରେ ନିଜର ଏକ ଘାଟି ସ୍ଥାପନ କରିବାକୁ ଚାହୁଁଛି । ଏଥିପାଇଁ ଚନ୍ଦ୍ରଯାନ-୨ ସଂଗ୍ରହ କରିଥିବା ତଥ୍ୟ ବେଶ କାମରେ ଆସିବ ।

ଭାରତର ଚନ୍ଦ୍ରଯାନ-୨ ଆସନ୍ତା ଆଜି ରାତି (ସେପ୍ଟେମ୍ବର ୭) ୧ଟା ୩୦ରୁ ୨ଟା ୩୦ ମଧ୍ୟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାକୁ ଯାଉଛି । ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ଚନ୍ଦ୍ରପୃଷ୍ଠରେ ନିଜର ଯାନ ଓହ୍ଲାଇଥିବାବେଳେ ଦକ୍ଷିଣ ମେରୁରେ କୌଣସି ଯାନ ଏପର୍ଯ୍ୟନ୍ତ ଓହ୍ଲାଇନାହିଁ । ଏହି କାରଣରୁ ଏହି ମହାକାଶ ମିଶନ ଉପରେ ସାରାବିଶ୍ୱର ବୈଜ୍ଞାନିକ ଓ ମହାକାଶ ସଂସ୍ଥାଙ୍କ ନଜର ରହିଛି ।

ସମ୍ବନ୍ଧିତ ଖବର