ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଦାଦା ସାହେବ ଫାଲ୍‌କେ ପୁରସ୍କାର ଗ୍ରହଣ କଲେ ଆଶା ପାରେଖ

ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର

ନୂଆଦିଲ୍ଲୀ : ଶୁକ୍ରବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଖ୍ୟାତନାମା ଅଭିନେତ୍ରୀ ଆଶା ପାରେଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଦାଦାସହେବ ଫାଲକେ ପୁରସ୍କାର’ ଗ୍ରହଣ କରିଛନ୍ତି। ଅଭିନେତ୍ରୀଙ୍କୁ ୨୦୨୦ ବର୍ଷ ପାଇଁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଆଶା ପାରେଖ କହିଛନ୍ତି ଯେ ୮୦ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଏହି ପୁରସ୍କାର ମିଳିଥିବାରୁ ସେ ବେଶ୍‌ ଖୁସି ଏବଂ ଏହା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ୧୯୫୨ରେ ଚଳଚ୍ଚିତ୍ର ‘ଆସ୍‌ମାନ’ରେ ଶିଶୁ କଳାକାର ଭାବେ ବଲିଉଡ୍‌ରେ ପାଦ ଥାପିଥିବା ଆଶା ପାରେଖଙ୍କୁ ‘ସର୍‌ ଆଖୋଁ ପର୍‌’ (୧୯୯୯)ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଅଭିନୟ ବ୍ୟତୀତ ସେ ଜଣେ ନିର୍ଦ୍ଦେଶିକା ଏହା ପୂର୍ବରୁ ୨୦୧୯ ବର୍ଷ ପାଇଁ ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଥିଲା ୫୧ତମ ‘ଦାଦା ସାହେବ ଫାଲ୍‌କେ ଆୱାର୍ଡ’। ୨୦୨୧ ଅକ୍ଟୋବର ୨୫ରେ ଆୟୋଜିତ ଉତ୍ସବରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉବତ୍ସରେ ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ‘ତାହ୍ନାଜୀ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ସଂଗୀତଜ୍ଞ ତଥା ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କୁ ‘ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ମିଳିଛି। ବିଶାଲଙ୍କ ବ୍ୟତୀତ ପ୍ରସିଦ୍ଧ ଗୀତିକାର ମନୋଜ ମୁନ୍ତାସିରଙ୍କୁ ସାଇନା ଚଳଚ୍ଚିତ୍ରରେ ଶ୍ରେଷ୍ଠ ଗୀତ ପାଇଁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ଗତ ଜୁଲାଇ ୨୨ରେ ଏହି ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଆଜି ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର