ଆର୍‌ୟନ୍‌ ଡ୍ରଗ୍‌ସ୍‌ ଖାଆନ୍ତି, ମର୍ଚାଣ୍ଟ୍‌ଙ୍କ ଜୋତାରେ ୬ ଗ୍ରାମ୍‌ ଚରସ୍‌ ଥିଲା: ‘ଏନ୍‌ସିବି’ ପଞ୍ଚନାମା

ମୁମ୍ବାଇ: ‘ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌’ ମାମଲାର ଅଭିଯୁକ୍ତ ଆର୍‌ୟନ୍‌ ଖାନ୍‌ ‘ଚରସ୍‌’ ଖାଆନ୍ତି ଏବଂ ଜାହାଜରେ ଖାଇବା ଲାଗି ତାଙ୍କ ବନ୍ଧୁ ଅର୍ବାଜ୍‌ ମର୍ଚାଣ୍ଟ୍‌ ସେଥିରୁ ୬ ଗ୍ରାମ୍‌ ରଖିଥିଲେ ବୋଲି ସ୍ୱୀକାର କରିଥିବା ‘ଏନ୍‌ସିବି’ ପଞ୍ଚନାମାରେ ଉଲ୍ଲେଖ ଥିବା କଥା ରିପୋର୍ଟ କରାଯାଇଛି।

Image Courtesy of India Today

‘କର୍ଡେଲିଆ କ୍ରୁଜ୍‌’ରେ ଚଢ଼ାଉ ଓ ତଲାସ ବେଳେ ‘ଏନ୍‌ସିବି’ ଟିମ୍‌ ଏହି ପଞ୍ଚନାମା ବା ସାକ୍ଷୀମାନଙ୍କ ବୟାନ୍‌ ରେକର୍ଡ କରିଥିଲା। ଉକ୍ତ ପଞ୍ଚନାମା ଅନୁସାରେ, ‘ଏନ୍‌ସିବି’ ଅଧିକାରୀ ଆଶିଷ ପ୍ରସାଦ ସେମାନଙ୍କୁ ‘ଏନ୍‌ଡିପିଏସ୍‌ ଆକ୍ଟ୍‌’ର ଧାରା ୫୦ ସମ୍ପର୍କରେ ସେମାନଙ୍କୁ ବୁଝାଇଥିଲେ। ଗେଜେଟେଡ୍‌ ଅଫିସର୍‌ମାନଙ୍କ ସମ୍ମୁଖରେ ‘ଏନ୍‌ସିବି’ ଆର୍‌ୟନ୍‌ ଖାନ୍‌ ଏବଂ ଅର୍ବାଜ୍‌ ମର୍ଚାଣ୍ଟଙ୍କ ତଲାସି ନେବା କହିଥିଲେ ମଧ୍ୟ ଦୁହେଁ ମନା କରିଥିଲେ।

Image Courtesy of India Today

ସେମାନଙ୍କ ନିକଟରେ କୌଣସି ଡ୍ରଗ୍‌ ଅଛି କି, ବୋଲି ପରେ ତଦନ୍ତକାରୀ ଅଧିକାରୀ ପଚାରନ୍ତେ, ତାଙ୍କ ଜୋତା ଭିତରେ ‘ଚରସ୍‌’ ଅଛି ବୋଲି ଅର୍ବାଜ୍‌ କହିଥିଲେ। ଏହାପରେ ସେ ଆପଣାଛାଏଁ ଜୋତାରୁ କଳା ଓ ଅଠାଳିଆ ପଦାର୍ଥ ଥିବା ‘ଜିପ୍‌ଲକ୍‌ ବ୍ୟାଗ୍‌’ ବାହାର କରିଥିଲେ। ‘ଡିଡି କିଟ୍‌’ରେ ପରୀକ୍ଷା କରିବା ତାହା ‘ଚରସ୍‌’ ବୋଲି ଜଣାପଡ଼ିଥିଲା। ତାଙ୍କ ପାଖରୁ ସମୁଦାୟ ୬ ଗ୍ରାମ୍‌ ‘ଚରସ୍‌’ ଉଦ୍ଧାର କରାଯାଇଛି।

ଏହାଛଡ଼ା, ଆର୍‌ୟନ୍‌ଙ୍କ ସହ ମିଶି ସେ ଡ୍ରଗ୍‌ ଖାଆନ୍ତି ବୋଲି ଅର୍ବାଜ୍‌ ମର୍ଚାଣ୍ଟ୍‌ ‘ଏନ୍‌ସିବି’ ଅଧିକାରୀଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର