ଦକ୍ଷିଣ-ଆଫ୍ରିକାରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ ସି.୧.୨

ଅଧିକ ସଂକ୍ରାମକ, ଟିକାର ପ୍ରଭାବ ପଡୁନି

ନୂଆଦିଲ୍ଲୀ : କରୋନା ମହାମାରୀର ମୁକାବିଲା କରିବାକୁ ସମଗ୍ର ବିଶ୍ବରେ ଟିକାକରଣ ଚାଲିଥିବାବେଳେ ଦକ୍ଷିଣ-ଆଫ୍ରିକାରେ କରୋନାର ଏପରି ଏକ ଭାରିଆଣ୍ଟ ଚିହ୍ନଟ ହୋଇଛି ଯାହାକି ପୂର୍ବରୁ ଚିହ୍ନଟ ହୋଇଥିବା ସବୁ ଭାରିଆଣ୍ଟଠାରୁ ଅଧିକ ସଂକ୍ରାମକ । ଏପରିକି ଏହା ଉପରେ ଟିକାର କୌଣସି ପ୍ରଭାବ ପଡ଼ୁନଥିବା ଜଣାଯାଇଛି । ଏହି ଭାରିଆଣ୍ଟକୁ ସି.୧.୨ ବୋଲି ନାମିତ କରାଯାଇଛି ।

ଦକ୍ଷିଣ ଆଫ୍ରିକାର ଜାତୀୟ ସଂକ୍ରାମକ ରୋଗ ପ୍ରତିଷ୍ଠାନ ଓ କ୍ବାଜୁଲୁ-ନାଟାଲ ରିସର୍ଚ୍ଚ ଇନୋଭେସନ ଏଣ୍ଡ ସିକ୍ବେସିଙ୍ଗ୍ ପ୍ଲାଟଫର୍ମ (କ୍ରିସପ)ର ଗବେଷକମାନେ କହିଛନ୍ତି ଯେ ଗତ ମେ ମାସରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ  ସି.୧.୨କୁ ଚିହ୍ନଟ କରାଯାଇଥିଲା । ଇତି ମଧ୍ୟରେ ସି.୧.୨ ବିଶ୍ବର ଆଉ କେତେକ ଦେଶ ଯଥା ଚୀନ, କଙ୍ଗୋ, ବ୍ରିଟେନ, ମରିସସ, ନ୍ୟୁଜିଲାଣ୍ଡ ଓ ସ୍ବିଜରଲାଣ୍ଡରେ ପହଞ୍ଚିସାରିଲାଣି । ଏହି ଭାରିଆଣ୍ଟ କରୋନା ଭୁତାଣୁର ଅନ୍ୟ ଭାରିଆଣ୍ଟଗୁଡ଼ିକଠାରୁ ଅଧିକ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବାବେଳେ  ଟିକା ଦ୍ବାରା ସୃଷ୍ଟ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଏହା ମାତ ଦେଇପାରୁଛି । ଏହି ଭାରିଆଣ୍ଟର ବାର୍ଷିକ ମ୍ୟୁଟେସନ ହାର ୪୧.୮ ପ୍ରତିଶତ ରହିଛି, ଯାହାକି ଅନ୍ୟ ଭାରିଆଣ୍ଟଗୁଡ଼ିକର ହାରାହାରି ମ୍ୟୁଟେସନ ହାରର ଦୁଇଗୁଣ । ଏହି କାରଣରୁ ଏହି ଭାରିଆଣ୍ଟ ଉପରେ ଟିକାର ପ୍ରଭାବ କମ ରହୁଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର