ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କଲା ଏନ୍‌ଆଇଏ

ନୂଆଦିଲ୍ଲୀ : ଦିଲ୍ଲୀ ବିମାନ ବନ୍ଦରରୁ ଏନଆଇଏ ଜଣେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀକୁ ଗିରଫ କରିଛି। ତା ନାମ କୁଲୱିନ୍ଦରଜିତ ସିଂହ ଓରଫ ଖାନପୁରିଆ। ବାବର ଖଲସା ଇଣ୍ଟରନ୍ୟାସନାଲ ଏବଂ ଖଲିସ୍ତାନ ଲିବରେସନ ଫୋର୍ସ ଭଳି ସଂଗଠନ ସହିତ ସେ ଜଡ଼ିତ ଥିଲା। ବ୍ୟାଙ୍କକରୁ ଆସି ଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ଗତ ଶୁକ୍ରବାର ଗିରଫ କରାଯାଇଛି ବୋଲି ଜଣାଯାଇଛି। ଅନେକ ଆତଙ୍କବାଦୀ ଘଟଣାରେ ତାର ସଂପୃକ୍ତି ରହିଛି। ୨୦୧୯ରୁ ସେ ଫେରାର ଥିଲା। ତା ସଂପର୍କରେ ସୂଚନା ଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଏନଆଇଏ ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର