କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ପରେ ରାଜକ୍ଷମା ପାଇଁ ଆବେଦନ କଲେ ନିର୍ଭୟା ଦୋଷୀ ପବନ ଗୁପ୍ତା

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହେବା ପରେ ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତା ରାଜକ୍ଷମା ଲାଗି ରାଷ୍ଟ୍ରପତିଙ୍କୁ ଆବେଦନ କରିଛନ୍ତି।

ଆଜି ପୂର୍ବାହ୍ନରେ ସୁପ୍ରିମ୍‌ କୋର୍ଟଙ୍କ ପାଞ୍ଚଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ପବନ କୁମାର ଗୁପ୍ତଙ୍କ କ୍ୟୁରେଟିଭ୍‌ ପିଟିସନ୍‌କୁ ଖାରଜ କରିଥିଲେ।
୨୦୧୨ ଡିସେମ୍ବର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅନ୍ୟ ତିନି ଦୋଷୀଙ୍କ ସହ ଫାଶୀ ପାଇବାର ଗୋଟିଏ ଦିନ ଆଗରୁ ପବନ ରାଜକ୍ଷମା ଲାଗି ଆବେଦନ କରିଛନ୍ତି।

ସଦ୍ୟତମ ଖବର ଅନୁସାରେ, ମାର୍ଚ ୩ ତାରିଖରେ ୪ ଦୋଷୀଙ୍କୁ ଦିଆଯିବାକୁ ଥିବା ଫାଶୀ ଉପରେ ରହିତାଦେଶ ଜାରି କରିବା ନିମନ୍ତେ ଦିଲ୍ଲୀ ଅଦାଲତରେ ପୁଣି ଥରେ ଆବେଦନ କରାଯାଇଛି। ଆଜି ଅପରାହ୍ଣ ୨ଟାରେ ଏହି ମାମଲାର ଶୁଣାଣି ହେବ।

ସମ୍ବନ୍ଧିତ ଖବର