ପାଟନା: ପାଟନାର ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି(ଏନ୍ଆଇଟି)ର ଜଣେ ଛାତ୍ର କ୍ୟାମ୍ପସ୍ ପ୍ଲେସ୍ମେଣ୍ଟରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଛନ୍ତି । ଏନ୍ଆଇଟିର ଛାତ୍ରୀ ମେଧା କୁମାରୀଙ୍କୁ ଏକ କମ୍ପାନି ବର୍ଷକୁ ୩୯.୫ ଲକ୍ଷ ଟଙ୍କାର ପ୍ୟାକେଜ ଅଫର ପ୍ରଦାନ କରିଛନ୍ତି। ମେଧା ପାଟନାରୁ ଏନ୍ଆଇଟି ପ୍ଲେସ୍ମେଣ୍ଟରେ ସବୁଠାରୁ ଅଧିକ ପ୍ୟାକେଜ ହାସଲ କରୁଥିବା ଛାତ୍ରୀ ଭାବେ ସଫଳତା ହାସଲ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମେଧାଙ୍କ କହିବାନୁସାରେ, ଏହି ପ୍ୟାକେଜ୍ ତାଙ୍କୁ ଏଡୋବି ସିଷ୍ଟମ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ତରଫରୁ ମିଳିଛି। ମେଧା ଏନ୍ଆଇଟିରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ପାଠପଢ଼ି ଥିଲେ। ତାଙ୍କର ପିତା ଜଣେ ବ୍ୟବସାୟୀ ଓ ମା’ ହେଉଛନ୍ତି ଜଣେ ଗୃହିଣୀ। ମୋଧା ମଧୁବନି ଇଣ୍ଡିୟାନ୍ ପବ୍ଲିକ୍ ସ୍କୁଲରୁ ନିଜର ପାଠପଢ଼ା ଶେଷ କରିଥିଲେ। ଅନ୍ଲାଇନ୍ ଓ ଟେକ୍ନିକାଲ ଇଣ୍ଟରଭ୍ୟୁ ରାଉଣ୍ଡ ଅତିକ୍ରମ କରିବା ପରେ ମେଧାଙ୍କୁ ଏହି ନିଯୁକ୍ତି ମିଳିଛି। ମେଧା କମ୍ପାନିରେ ସପ୍ଟଓ୍ଵୟାର ଡେଭଲପ୍ମେଣ୍ଟ, କୋଡିଙ୍ଗ, ଇମ୍ପ୍ଳିମେଂଟେସନ୍ ଆଦି କାମ ଦେଖିବେ।
ସୂଚନାଯୋଗ୍ୟ, ଏନ୍ଆଇଟି ପାଟନାରେ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟରେ ଏଡୋବି ସମେତ ୩୭ଟି କମ୍ପାନି ଭାଗ ନେଇଥିଲେ । ଏଥିମଧ୍ୟରୁ ଟାଟା ମୋଟର୍ସ, ହାଏରେଡିଅସ୍, ହିରୋ ମୋଟୋକ୍ରୋପ୍, ଉଇପ୍ରୋ, ବିରତୁଶା, ଏଲ୍ ଆଣ୍ଡ ଟି କର୍ପୋରେଟ, ଆମାଜନ୍, ଏଲ୍ ଆଣ୍ଡ ଟି କନଷ୍ଟ୍ରକ୍ସନ୍, ସାମସଙ୍ଗ ଆର୍ ଆଣ୍ଡ ଡି ଇନଷ୍ଟିଚ୍ୟୁଟ ଇଣ୍ଡିଆ ଓ ଇଣ୍ଡିଆ ମାର୍ଟ ଭଳି କମ୍ପାନି ସାମିଲ ଥିଲେ। ଏଡୋବି ସିଷ୍ଟମ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପରେ ଆମଜନ୍ ୫ଜଣ ଛାତ୍ରକୁ ବାର୍ଷିକ ୨୭.୫ ପ୍ୟାକେଜ୍ର ଅଫର ଦେଇଛି।