ଭାରତକୁ ଆସି ଡ୍ରୋନ ଉଡାଉଥିବା ବିଦେଶୀ ସାବଧାନ, ବନ୍ଧା ହେବେ

ଭୁବନେଶ୍ୱର : ପୁରୀକୁ ଆସି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଉଥିବା ବିଦେଶୀ ସାବଧାନ । ସରକାରଙ୍କ ନୂଆ ନିୟମ ଅନୁସାରେ ଏଣିକି ବିଦେଶୀମାନେ ଭାରତରେ ପୁରୀ ମନ୍ଦିର କଣ ଅନ୍ୟ କୌଣସି ସ୍ଥାନରେ ବି ଡ୍ରୋନ ଉଡାଇପାରିବେ ନାହିଁ । କେବଳ ଡ୍ରୋନ ଲାଇସେନ୍ସ ପାଇଥିବା ଭାରତୀୟମାନେ ହିଁ ଭାରତରେ ବ୍ୟବସାୟିକ ଭିତ୍ତିରେ ଡ୍ରୋନ ଉଡାଇପାରିବେ । ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଗତକାଲି ଜାରି ହୋଇଥିବା ଡ୍ରୋନ ନୀତିରେ ଏ ସଂପର୍କରେ କୁହାଯାଇଛି । ଓଜନ ଅନୁସାରେ ଡ୍ରୋନ ଗୁଡିକର ୫ଟି ଶ୍ରେଣୀ ବିଭାଗ କରାଯାଇଛି । ଏହା ୨୫୦ ଗ୍ରାମ ବିଶିଷ୍ଟ ଛୋଟ ଡ୍ରୋନଠାରୁ ଆରମ୍ଭ କରି ୧୫୦ କିଲୋଗ୍ରାମ ଓଜନ ବିଶିଷ୍ଟ ଡ୍ରୋନ ପର୍ଯ୍ୟନ୍ତ ରହିଛି । ବ୍ୟବସାୟିକ ଭିତ୍ତିରେ ଡ୍ରୋନ ଚଳାଇବାକୁ ଜଣକୁ ଲାଇସେନ୍ସ ହାସଲ କରିବାକୁ ହେବ । ଏଥିପାଇଁ ପ୍ରାର୍ଥୀ ୧୦ ମ ପାଶ କରିଥିବା ଆବଶ୍ୟକ ଓ ଇଂରାଜୀରେ ତାଙ୍କର ଜ୍ଞାନ ଥିବା ଆବଶ୍ୟକ । ଲାଇସେନ୍ସ ପାଇବା ପରେ ମନ୍ତ୍ରାଳୟ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କୁ ଏକ ୟୁଆଇଡି ଦେବାକୁ ପଡିବ ।

ସମ୍ବନ୍ଧିତ ଖବର