ଭୟଭୀତ ହୁଅନ୍ତୁ ନାହିଁ, ସହରର କୌଣସି ସ୍ଥାନରେ ଗ୍ୟାସ୍ ଲିକ୍ ହୋଇନାହିଁ: ମୁମ୍ବାଇ ଅଗ୍ନିଶମ ବିଭାଗ

ମୁମ୍ବାଇ: ଏକ ଔଷଧ କମ୍ପାନିରୁ ଗ୍ୟାସ୍ ଲିକ୍ ହେଉଛି ବୋଲି ଶନିବାର ରାତିରେ ସହରର ଚେମ୍ବୁର, ଘଟକୋପର, କଞ୍ଜୁରମାର୍ଗ, ବିଖ୍ରୋଲି ଏବଂ ପୋୱାଇ ଅଞ୍ଚଳରୁ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିବା ମୁମ୍ବାଇ ଅଗ୍ନିଶମ ବିଭାଗ ରବିବାର ଦିନ କହିଛି ଯେ, ସହରର କୌଣସି ସ୍ଥାନରେ ଗ୍ୟାସ୍ ଲିକ୍ ନାହିଁ।

ଅଗ୍ନିଶମ ବିଭାଗ ଜନସାଧାରଣଙ୍କୁ ନିବେଦନ କରି କହିଛି ଯେ, ଅଭିଯୋଗ ଆସିଥିବା ସ୍ଥାନମାନଙ୍କରେ ଗ୍ୟାସ୍ ଲିକ୍ ହୋଇନାହିଁ। ପୋୱାଇ ଏବଂ ଆନ୍ଧେରିରୁ ମଧ୍ୟ ଗ୍ୟାସ୍ ଗନ୍ଧାଉଥିବା ଅଭିଯୋଗ ଆସିଥିଲା। ଗ୍ୟାସ୍ ଲିକ୍ ତଲାସ ପାଇଁ ସମୁଦାୟ ୧୭ଟି ଦମକଳ ମୁତୟନ କରାଯାଇଥିଲା। କିନ୍ତୁ, କୌଣସି ସ୍ଥାନରେ ଗ୍ୟାସ୍ ଲିକ୍ ହୋଇ ନ ଥିବା ଜଣାପଡ଼ିଛି। ତେଣୁ, ଭୟଭୀତ ହେବାର କୌଣସି କାରଣ ନାହିଁ। ଏହାଛଡ଼ା, ଯେକୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ହାଜ୍‌ମାତ୍ ଯାନ ପ୍ରସ୍ତୁତ ହୋଇ ରହିଛି।

Image Courtesy of India Toady

ମୁମ୍ବାଇ ଅଗ୍ନିଶମ ବିଭାଗ କହିଛି ଯେ, ସେ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍, ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍, ମହାନଗର ଗ୍ୟାସ୍ ଲିମିଟେଡ୍, ରାଷ୍ଟ୍ରୀୟ କେମିକାଲ୍ ଆଣ୍ଡ୍ ଫର୍ଟିଲାଇଜର୍ସ ଏବଂ ପୁଲିସକୁ ସନ୍ଦିଗ୍ଧ ଗ୍ୟାସ୍ ଲିକ୍ ଅଭିଯୋଗ ସଂକ୍ରାନ୍ତରେ ସୂଚନା ଦେଇଛି। ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ମଧ୍ୟ ଚାଲିଛି।

ସହରର ଏକାଧିକ ସ୍ଥାନରୁ ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ ଆସିବା ପରେ ଶନିବାର ରାତିରେ ମୁମ୍ବାଇର ପୌରସଂସ୍ଥାନ ବୃହନ୍‌ମୁମ୍ବାଇ ପୌର ନିଗମ ଘଟଣାର ଯାଞ୍ଚ ପାଇଁ ଅଗ୍ନିଶମ ବିଭାଗକୁ ନିର୍ଦେଶ ଦେଇଥିଲା।

ସମ୍ବନ୍ଧିତ ଖବର