ବିମାନରେ ପୁରୁଣା ଲାପଟପ ନ ନେବାକୁ ପରାମର୍ଶ ଦେଲା ଡ଼ିଜିସିଏ

ନୂଆଦିଲ୍ଲୀ: ବିମାନରେ ନିଅନ୍ତୁ ନାହିଁ ପୁରୁଣା ଆପଲ ଲାପଟପ | ଏହାଦ୍ୱାରା ବିମାନ ଉଡ଼ାଣରେ ସମସ୍ୟା ଦେଖାଦେଇପାରେ, କିଛି ଏଭଳି ଆଶଙ୍କା ସୃଷ୍ଟି କରି ବିମାନ ଯାତ୍ରୀଙ୍କୁ ଏହି ଲାପଟପ ନ ନେବାକୁ ପରାମର୍ଶ ଦିଆଯାଇଛି | ଡ଼ିଜିସିଏ(ବେସାମରିକ ବିମାନ ଉଡ଼ାଣ କର୍ତୃପକ୍ଷ) ପକ୍ଷରୁ କୁହାଯାଇଛି ଯେ ଆପଲ ମ୍ୟାକ ବୁକର ୧୫ ଇଂଚର ଲାପଟପ ନ ନେବା ଦରକାର |

TripAdvisor

ଡ଼ିଜିସିଏ ପକ୍ଷରୁ କୁହାଯାଇଛି ଯେ ଯେଉଁ ଆପଲ ଲାପଟପ ସେପ୍ଟେମ୍ବର ୨୦୧୫ରୁ ଫେବୃୟାରୀ ୨୦୧୭ ମଧ୍ୟରେ ନିର୍ମାଣ କରାଯାଇଥିବ ସେହି ଲାପଟପର ବ୍ୟାଟେରୀ ଅଧିକ ଗରମ ହେଉଥିବାରୁ ନିରାପତ୍ତା ଦୃଷ୍ଟିରୁ ଏହି ଲାପଟପକୁ ନ ନେବା ଆବଶ୍ୟକ |

ସେହିପରି ଡ଼ିଜିସିଏ ପକ୍ଷରୁ ଉପଦେଶ ଦିଆଯାଇଛି ଯେ ବିମାନ ଯାତ୍ରୀମାନେ କୌଣସି ପୁରୁଣା ଲାପଟପ ଯାହାର ବ୍ୟାଟେରୀ ଖରାପ ଥିବ, ସେମାନେ ଏହି ଲାପଟପକୁ ନ ନେବା ଆବଶ୍ୟକ | ଯଦି ବ୍ୟାଟେରୀ ପୁରୁଣା ହୋଇଥିଲେ ବି ଅଧିକୃତ କମ୍ପାନୀ ପକ୍ଷରୁ ବିମାନ ଯାତ୍ରା ପାଇଁ ଅନୁମତି ଦିଆଯାଇଥିବ ତେବେ ହିଁ ନେଇପାରିବେ ବୋଲି ଡ଼ିଜିସିଏ କହିଛି |

ସମ୍ବନ୍ଧିତ ଖବର