ଏବର୍ଷ ରସାୟନ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାର

ଷ୍ଟକହୋମ : ତିନି ଜଣ ବୈଜ୍ଞାନିକ ପାଇବେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର । ଏହି ୩ ଜଣ ହେଉଛନ୍ତି ଟେକ୍ସାସ ବିଶ୍ୱବିଦ୍ୟାଳୟର ଜନ ଗୁଡେନଫ, ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଏମ.ଷ୍ଟାନଲି ଓ୍ଵିଟିନହମ ଓ ଜାପାନର ମେଇଜୋ ବିଶ୍ୱବିଦ୍ୟାଳୟର ଆକିରା ଓ୍ଵାସିନୋ । ଲିଥିୟମ ଆୟନ ବ୍ୟାଟେରୀ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ଏହି ପୁରସ୍କାର ଦିଆଯିବା ପାଇଁ ବଛାଯାଇଛି । ଏହି ଉଦ୍ଭାବନ ଫଳରେ ମୋବାଇଲ ଫୋନ, ଇଲେକ୍ଟ୍ରିକ କାର କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ପୁରସ୍କାର ବାବଦରେ ଏହି ତିନିଜଣଙ୍କୁ ମୋଟ ୯ ନିୟୁତ ସ୍ୱିସ୍‌ କ୍ରାଉନ ବା ୧ ନିୟୁତ ଆମେରିକୀୟ ଡଲାର, ଏକ ସ୍ୱର୍ଣ୍ଣ ପଦକ ଓ ଏକ ମାନପତ୍ର ପାଇବେ ।

ପ୍ରସିଦ୍ଧ ବୈଜ୍ଞାନିକ, ବ୍ୟବସାୟୀ ତଥା ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ବିଜ୍ଞାନ, ସାହିତ୍ୟ ଓ ବିଶ୍ୱ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ । ପ୍ରଥମେ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ଘୋଷଣା କରାଯାଏ ।

ସମ୍ବନ୍ଧିତ ଖବର