ଉତ୍ତର ଦିଲ୍ଲୀ: ଟ୍ରେନ୍‌ ମାଡ଼ିଯାଇ ୩ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଉତ୍ତର ଦିଲ୍ଲୀର ବଦ୍‌ଲି ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ୩ ଜଣ ଯୁବକ ଏକ ରେଳ ଧାରଣା ଅତିକ୍ରମ କରିବାକୁ ଚେଷ୍ଟା‌ କରିବା ସମୟରେ ଟ୍ରେନ୍‌ ସେମାନଙ୍କ ଉପରେ ମାଡ଼ି ଯାଇଛି। ୩ ଯୁବକ ମହମ୍ମଦ ହାଫିଜ, ମହମ୍ମଦ ଶାହରୁଖ ଏବଂ ରିୟାଜୁଲଙ୍କର ମୃତ୍ୟୁ ହୋଇଯାଇଛି। ସମସ୍ତଙ୍କ ବୟସ ୧୯ରୁ ୨୧ ମଧ୍ୟରେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ ୩ ଯୁବକ ବଦ୍‌ଲି ଶିଳ୍ପାଞ୍ଚଳରେ ଶ୍ରମିକ ଭାବେ କାମ କରୁଥିଲେ ଏବଂ ରାଣା ପାର୍କରେ ରହୁଥିଲେ। ସେମାନେ ନିକଟସ୍ଥ ପାର୍କକୁ ବୁଲିବାପାଇଁ ଯାଇଥିଲେ। ପାର୍କରୁ ଘରକୁ ଫେରୁଥିବା ସମୟରେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।

ସମ୍ବନ୍ଧିତ ଖବର