ଶାନ୍ତି କଥାବାର୍ତ୍ତା ଉପରେ ବିପଦ ଆଶଙ୍କା, ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର-କୋରିଆ

ନୂଆଦିଲ୍ଲୀ : ଉତ୍ତର-କୋରିଆ ଓ ଆମେରିକା ମଧ୍ୟରେ କଥାବାର୍ତ୍ତାରେ ଅଗ୍ରଗତି ହେଉ ନଥିବାବେଳେ ଉତ୍ତର-କୋରିଆ ପୁଣି ଥରେ ନିଜର ସାମରିକ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି । ଗତକାଲି ଉତ୍ତରକୋରିଆ ପ୍ରସଙ୍ଗରେ ଆଲୋଚନା ପାଇଁ ଆମେରିକାର ସ୍ୱତନ୍ତ୍ର ଦୂତ ଷ୍ଟିଫେନ ବିଗନ ସିଓରେ ପହଞ୍ଚିଥିବାବେଳେ ଉତ୍ତର କୋରିଆ ଆଜି କେତେକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ପରୀକ୍ଷା ହୋଇଥିବା କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟରୁ କେତୋଟି ମଧ୍ୟମ ଦୂରଗାମୀ ଓ ସ୍ୱଳ୍ପଦୂରଗାମୀ ପ୍ରୋଜେକ୍ଟାଇଲ (ପ୍ରକ୍ଷେପକ) ମଧ୍ୟ ରହିଛି ।

କିନ୍ତୁ ଉତ୍ତରକୋରିଆ, କିମ୍ବା ଦକ୍ଷିଣ କୋରିଆ ଏଗୁଡ଼ିକୁ ଏପର୍ଯ୍ୟନ୍ତ କ୍ଷେପଣାସ୍ତ୍ର ବୋଲି କହିନାହାନ୍ତି । ଏଗୁଡ଼ିକ କ୍ଷେପଣାସ୍ତ୍ର ବୋଲି ପ୍ରମାଣିତ ହେଲେ ପୁଣିଥରେ ଏହି ଶାନ୍ତି କଥାବାର୍ତ୍ତା ଉପରେ ବିପଦ ଘନେଇ ଆସିବ । କାରଣ ଆଉ କ୍ଷେପଣାସ୍ତ୍ର ପରୀକ୍ଷା ନକରିବାକୁ ଉତ୍ତରକୋରିଆ ଶାସକ କିମ ଜଙ୍ଗ ଉନ ପ୍ରତିଶ୍ରୁତି ଦେଇଥିଲେ । କିଛି ଦିନ ପୂର୍ବେ ଉତ୍ତରକୋରିଆ ଏକ ବୃହତ ମିଲିଟାରୀ ଡ୍ରିଲ ଓ କ୍ଷେପଣାସ୍ତ୍ର ପରୀକ୍ଷା ମଧ୍ୟ କରିଥିଲା ।

ସମ୍ବନ୍ଧିତ ଖବର