ଏଣିକି ଭାରତରେ ନିର୍ମାଣ ହେବ ହାଇସ୍ପିଡ଼ ଟ୍ରେନ ପାଇଁ ଚକ ଓ ରେଳଧାରଣା

ନୂଆଦିଲ୍ଲୀ: ଏଣିକି ହାଇସ୍ପିଡ଼ ଟ୍ରେନ ପାଇଁ ଆବଶ୍ୟକ ହେଉଥିବା ଚକ ଓ ରେଳଧାରଣା ବାହାର ଦେଶରୁ ଆମଦାନୀ କରାଯିବ ନାହିଁ | ବରଂ ଏହା ଭାରତରେ ହିଁ ନିର୍ମାଣ କରାଯିବ | ଆଜି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଚକ ଏବଂ ଟ୍ରାକ ବର୍ତ୍ତମାନ ଦେଶରେ ତିଆରି ହେବ। ସେ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ହାଇ ସ୍ପିଡ୍ ଚକ ଏବଂ ହାଇ ସ୍ପିଡ୍ ରେଳଧାରଣା ନିର୍ମାଣ କରାଯିବ | ଏଯାଏଁ ଏହା ଆମଦାନୀ ହୋଇଆସୁଥିଲା | କିନ୍ତୁ ଆଗାମୀ ଦିନରେ ଭାରତ ମଧ୍ୟ ଚକ ଓ ରେଳଧାରଣା ରପ୍ତାନି କରିବ | ସେ କହିଛନ୍ତି ଯେ ଆଜି ଏବାବଦରେ ଟେଣ୍ଡର କରାଯାଇଛି | ଏହି ଟେଣ୍ଡରର ନାମ ହେଉଛି “ମେକ୍ ଇନ୍ ଇଣ୍ଡିଆ ଚକ ଚୁକ୍ତି” ରଖାଯାଇଥିବାବେଳେ ୧୨୦ କିଲୋମିଟରରୁ ଅଧିକ ବେଗରେ ଟ୍ରେନରେ ହାଇ-ସ୍ପିଡ୍ ଚକ ଆବଶ୍ୟକ ହୋଇଥାଏ |

ଏଲଏଚବି ଓ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ଏହି ଚକ ଆବଶ୍ୟକ ହେଉଥିବାବେଳେ ଦୁଇ ମାସ ମଧ୍ୟରେ ସମଗ୍ର ଟେଣ୍ଡର ପ୍ରକ୍ରିୟା ଶେଷ ହେବ | ସମୁଦାୟ ୨ ଲକ୍ଷ ଚକ ପ୍ରତିବର୍ଷ ଆବଶ୍ୟକ ହେଉଥିବାବେଳେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ବା ସେଲ ୧ ଲକ୍ଷ ଚକ ପ୍ରସ୍ତୁତ କରିବ |

ବାକି ଏକ ଲକ୍ଷ ଚକ ନୂତନ କାରଖାନାରୁ ନିଆଯିବ, ଯାହା ଟେଣ୍ଡର ମାଧ୍ୟମରେ କାରଖାନା ସ୍ଥାପନ କରାଯିବ | ଯେଉଁ କାରଖାନା ସ୍ଥାପନ ହେବାକୁ ଯାଉଛି ସେହି କମ୍ପାନିକୁ ୮୦ ହଜାର ଚକର ଅର୍ଡର ଦିଆଯିବ, ଯାହାର ମୂଲ୍ୟ ବାର୍ଷିକ ପ୍ରାୟ ୬୦୦ କୋଟି ଟଙ୍କା ହେବ | ଆଉ ରେଳ ମନ୍ତ୍ରାଳୟର ଯୋଜନା ହେଉଛି କାରଖାନା ସ୍ଥାପନ କରାଯିବ ଏବଂ ୧୮ ମାସ ମଧ୍ୟରେ ଉତ୍ପାଦନ ଆରମ୍ଭ କରାଯିବ |

ସମ୍ବନ୍ଧିତ ଖବର