ଜିଏସଟି ସଂଗ୍ରହ କ୍ଷେତ୍ରରେ ଶିଳ୍ପ ସମୃଦ୍ଧ ରାଜ୍ୟମାନଙ୍କୁ ପଛରେ ପକାଇଲା ଓଡ଼ିଶା

ନୂଆଦିଲ୍ଲୀ : ଜିଏସଟି ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟ ଶିଳ୍ପ ସମୃଦ୍ଧ ରାଜ୍ୟମାନଙ୍କୁ ପଛରେ ପକାଇଦେଇଛି । ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ-ଜୁଲାଇ ୪ ମାସରେ ଓଡ଼ିଶାରେ ଜିଏସଟି ସଂଗ୍ରହ ହାର ଅନ୍ୟ ପ୍ରମୁଖ ରାଜ୍ୟମାନଙ୍କ ତୁଳନାରେ ଅଧିକ ରହିଛି । ଏହି ୪ ମାସରେ ଓଡ଼ିଶାର ଜିଏସଟି ସଂଗ୍ରହ ୨୦.୮ ପ୍ରତିଶତ ବୃଦ୍ଧି ପାଇ ୯୨୬୪ କୋଟି ଟଙ୍କାରେ ପହଞ୍ଚିଛି । ୨୦୧୮ର ଏହି ୪ ମାସରେ ଓଡ଼ିଶାରେ ଜିଏସଟି ସଂଗ୍ରହ ପରିମାଣ ୭୬୬୬ କୋଟି ଟଙ୍କା ଥିଲା ।

ଇଂରାଜୀ ଦୈନିକ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, କେବଳ ଓଡ଼ିଶା ନୁହେଁ, ଆଉ କେତେକ ଅପେକ୍ଷାକୃତ ପଛୁଆ ରାଜ୍ୟ ଉତ୍ତରାଖଣ୍ଡ, ବିହାର, ମଧ୍ୟପ୍ରଦେଶ,ଆସାମ ଓ ଉତ୍ତରପ୍ରଦେଶ ମଧ୍ୟ ଜିଏସଟି ସଂଗ୍ରହ କ୍ଷେତ୍ରରେ ଆଗୁଆ ରହିଛନ୍ତି । ଉତ୍ତରାଖଣ୍ଡର ଜିଏସଟି ରାଜସ୍ୱ ଅଭିବୃଦ୍ଧି ପରିମାଣ ୧୯.୯ ପ୍ରତିଶତ ଓ ବିହାରର ଜିଏସଟି ସଂଗ୍ରହ ଅଭିବୃଦ୍ଧି ୧୭.୮ ପ୍ରତିଶତ ରହିଛି । ଅନ୍ୟପକ୍ଷରେ ଏହି ୪ ମାସରେ ଶିଳ୍ପ ସମୃଦ୍ଧ ରାଜ୍ୟ ମହାରାଷ୍ଟ୍ରର ଜିଏସଟି ସଂଗ୍ରହ ପରିମାଣ ୭.୨ ପ୍ରତିଶତ ବୃଦ୍ଧି ପାଇ ୫୪୨୦୮ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି କର୍ଣ୍ଣାଟକର ଜିଏସଟି ସଂଗ୍ରହ ପରିମାଣ ୧୦.୭ ପ୍ରତିଶତ ବୃଦ୍ଧି ପାଇ ୨୯୭୮୯ କୋଟି ଟଙ୍କାରେ ପହଞ୍ଚିଛି । ଗୁଜୁରାଟର ଜିଏସଟି ସଂଗ୍ରହ ହାର ମାତ୍ର ୬ ପ୍ରତିଶତ ବୃଦ୍ଧି ପାଇ ୨୪୬୬୩ କୋଟି ଟଙ୍କାରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର