ଆକାଶବାଣୀର ବିଦେଶ ପ୍ରସାରଣରେ ସାମିଲ ହେଲା ଓଡ଼ିଆ ଭାଷା

ନୂଆଦିଲ୍ଲୀ : ବିଦେଶରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ରଥଯାତ୍ରା ଦିନ ଆକାଶବାଣୀର ବିଦେଶ ପ୍ରସାରଣ ସେବା ‘ଓଡ଼ିଆ ମଲ୍ଟିମେଡିଆ ଓ୍ଵବ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଛି। ପ୍ରସାର ଭାରତୀ ଦ୍ୱାରା ଅନୁମୋଦିତ ଆକାଶବାଣୀର ଏହି ଓଡ଼ିଆ ଓ୍ଵବ୍‌ ପୋର୍ଟାଲ ଦ୍ୱାରା ବିଦେଶରେ ରହୁଥିବା ଓଡ଼ିଆମାନେ ବିଶେଷଭାବେ ଉପକୃତ ହେବେ ବୋଲି ବିଦେଶ ପ୍ରସାରଣ ସେବାର ନିର୍ଦ୍ଦେଶକ ଅମ୍ଳାନ ଜ୍ୟୋତି ମଜ୍‌ମୁଦାର କହିଛନ୍ତି। ମଜ୍‌ମୁଦାରଙ୍କ ସୂଚନା ଅନୁଯାୟୀ ଏହି େଓ୍ଵବ୍‌ ପୋର୍ଟାଲ ମାଧ୍ୟମରେ ପ୍ରବାସୀ ଓଡ଼ିଆମାନେ ଖବର ସମେତ ପାଲା, ଦାସକାଠିଆ, ଛାନ୍ଦ, ଚମ୍ପୁ, ଓଡ଼ିଶୀ ଏବଂ ସୁଗମ ସଙ୍ଗୀତ ଶୁଣିପାରିବେ। ଆଗାମୀ ଦିନମାନଙ୍କରେ େଓ୍ଵବ୍‌ ପୋର୍ଟାଲ୍‌ ଶ୍ରୋତାଙ୍କ ଚାହିବା ଅନୁସାରେ ଅଧିକ ରୁଚିପୂର୍ଣ୍ଣ ତଥା ତଥ୍ୟଭିତ୍ତିକ କରାଯିବ। ସୂଚନାଯୋଗ୍ୟ ଦେଶ ବିଦେଶର ପ୍ରାୟ ୨୭ଟି ଭାଷାରେ ଆକାଶବାଣୀ ଏହାର ବିଦେଶ ସେବାର ପ୍ରସାରଣ କରୁଥିଲେ ମଧ୍ୟ ସେଥିରେ ଓଡ଼ିଆ ଭାଷା ସାମିଲ ନଥିଲା। ବିଦେଶ ସେବାରେ ଓଡ଼ିଆ ଭାଷା ସାମିଲ ହେବାପରେ ଏହି ସଂଖ୍ୟା ୨୮କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର