ସରକାରୀ ସ୍ୱାସ୍ଥ୍ୟସେବାକୁ ଲୋକାଭିମୁଖୀ କରାଯିବ, ଫୋନ କରି ରୋଗୀଙ୍କ ମତାମତ ନେବେ ସରକାର

ଭୁବନେଶ୍ୱର : ଓଡ଼ିଶା ସରକାର ଆସନ୍ତା ଅକ୍ଟୋବର ମାସରେ ‘ମୋ ସରକାର’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହା ପୂର୍ବରୁ ସରକାରୀ ଡାକ୍ତରଖାନାଗୁଡ଼ିକର ଅବସ୍ଥାକୁ ସୁଧାରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସରକାର ।

ଏ ସଂପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି ଯେ ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଲୋକାଭିମୁଖୀ କରିବାକୁ ପଦକ୍ଷେପ ନିଆଯାଉଛି ଓ ଏଥିପାଇଁ ସେଠାରେ ଚିକିତ୍ସିତ ହେଉଥିବା ଲୋକମାନଙ୍କ ମତାମତ ମଧ୍ୟ ନିଆଯିବ । ଲୋକଙ୍କ ମତାମତ ଜାଣିବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ତଦାରଖରେ କେତେକ ଦଳ ଗଠନ କରାଯିବ ଯେଉଁମାନେ ବ୍ୟକ୍ତିଗତଭାବେ ଫୋନ କରି ସ୍ୱାସ୍ଥ୍ୟସେବା ସଂପର୍କରେ ଲୋକମାନଙ୍କୁ ପଚାରିବେ । ପ୍ରଥମେ ଏହି ବ୍ୟବସ୍ଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ କରାଯିବ ଓ ପରେ ଏହାକୁ ସବଡିଭିଜନ ସ୍ତରରେ ଆରମ୍ଭ କରାଯିବ । ଏହାଛଡା ନିର୍ମଳ ସ୍ୱାସ୍ଥ୍ୟସେବା ସ୍କିମରେ ସରକାରୀ ହସପିଟାଲଗୁଡ଼ିକର ପରିଚ୍ଛନ୍ନତା ରକ୍ଷା ଲାଗି ପଦକ୍ଷେପ ନିଆଯାଉଛି । ଏହାର ତଦାରଖ ଲାଗି ସରକାର ଜଣେ ଯୁଗ୍ମ ସଚିବ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ।

ସମ୍ବନ୍ଧିତ ଖବର