ଜେଲ ଯିବା ପୂର୍ବରୁ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ସହ ସେଲଫି ନେଲେ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ: କୁସ୍ତି ସାଗର ଧନଖଡ଼ ହତ୍ୟା ମାମଲାରେ ମାଣ୍ଡୋଲି ଜେଲରେ ଥିବା ଅଲିମ୍ପିଆନ୍ ସୁଶୀଲ କୁମାରଙ୍କୁ ଆଜି ତିହାର ଜେଲକୁ ନିଆଯାଇଥିଲା। ଜେଲ ଯିବା ପୂର୍ବରୁ ପୁଲିସ କର୍ମଚାରୀ ପହଲୱାନ୍ ସୁଶୀଲ କୁମାରଙ୍କ ସହ ସେଲଫି ନେଇଥିଲେ। ସେଲଫି ଦାବିରେ ସୁଶୀଲ କୁମାର ମଧ୍ୟ ପୁଲିସ କର୍ମଚାରୀଙ୍କୁ ନିରାଶ କରିନାହାନ୍ତି। ହତ୍ୟା ମାମଲାରେ ଅଭିଯୁକ୍ତମାନେ ବିଭିନ୍ନ ପୋଜରେ ପୁଲିସ କର୍ମଚାରୀଙ୍କ ସହ ଫଟୋଗ୍ରାଫ୍ ମଧ୍ୟ କରିଥିଲେ। ଏହି ସମୟରେ ସୁଶୀଲ କମଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ। ସୁଶୀଲଙ୍କ ସହ ପ୍ରାୟ ଅଧ ଡଜନ ପୋଲିସ ଉପସ୍ଥିତ ଥିଲେ। ଏହି ପୁଲିସ୍ କର୍ମଚାରୀଙ୍କ ମଧ୍ୟରୁ କେତେକ ହାତରେ ଅସ୍ତ୍ରଶସ୍ତ୍ର ଧରି ସିଭିଲ୍ ଡ୍ରେସ ପିନ୍ଧିଥିବାର ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ଜୁଲାଇ ୯ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତ ବୃଦ୍ଧି କରାଯାଇଥିଲା।

Murder-accused Sushil Kumar still enjoying Officer on Special Duty status:  Delhi Police informs AAP government - Sports News
                                                                                     india today

ଉଲ୍ଲେଖଯୋଗ୍ୟ, ସାଗର ହତ୍ୟା ମାମଲାରେ ଫେରାର ଅଭିଯୁକ୍ତ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଖୋଜି ନ ପାଇବା ପରେ ସୁଶୀଲ କୁମାର ଏବଂ ତାଙ୍କ ସାଙ୍ଗମାନଙ୍କ ମୁଣ୍ଡ ଉପରେ ପୁରସ୍କାର ରାଶି ଘୋଷଣା କରିଥିଲା ଦିଲ୍ଲୀ ପୁଲିସ। ଅର୍ଥାତ ସୁଶୀଲ କୁମାରଙ୍କୁ ପୁଲିସ ହାତରେ ଧରାଇଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ଏବଂ ତାଙ୍କ ସାଙ୍ଗମାନଙ୍କ ମୁଣ୍ଡ ଉପରେ ୫୦ ହଜାର ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା ।
ଏହାପୂର୍ବରୁ ସୁଶୀଲ କୁମାରଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି କରିଥିଲା ଦିଲ୍ଲୀ ପୁଲିସ। ପୁଲିସ ସୂଚନାନୁସାରେ, ମଡେଲ ଟାଉନ ଅଞ୍ଚଳରେ ଥିବା ଏକ ଫ୍ଲାଟକୁ ଖାଲି କରିବା ପାଇଁ ମାରପିଟ ହୋଇଥିଲା । ଏହି ମାମଲାରେ ସୁଶୀଲ କୁମାରଙ୍କ ଭୂମିକା ଥିବାବେଳେ ଦିଲ୍ଲୀ ଏନସିଆର ବ୍ୟତୀତ ପଡ଼ୋଶୀ ରାଜ୍ୟରେ ସୁଶୀଲ କୁମାରଙ୍କ ସନ୍ଧାନ ଚଳାଇଥିଲା। ସୁଶୀଲଙ୍କ ବ୍ୟତୀତ ୯ଜଣଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର