ଏହି ମୋବାଇଲ ଗେମ୍‌ ପାଇଁ ହୋଇ ସାରିଲାଣି ୨୦୦ରୁ ଅଧିକ ଛାଡ଼ପତ୍ର, ଆପଣଙ୍କ ସ୍ୱାମୀ ଏହି ଗେମ୍‌ ଖେଳୁ ନାହାନ୍ତି ତ?

ଆଜିକାଲି ସମସ୍ତେ ଭିଡ଼ିଓ ଗେମ୍‌ ପ୍ରତି ଅଧିକ ଆକର୍ଷିତ ହୋଇ ନିଜକୁ ସମୟ ଦେଇ ନ ପାରିବା ସହ ନିଜ ପିଲାମାନଙ୍କୁ ମଧ୍ୟ ସମୟ ଦେଇ ପାରୁ ନାହାନ୍ତି । କିଛି ପିଲା ମଧ୍ୟ ଖାଇବା ପିଇବା ଭୁଲି ଏବେ ଗେମ୍‌ ଖେଳିବାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ମୋବାଇଲରେ ଆଜିକାଲି ଭିନ୍ନ ଭିନ୍ନ ପ୍ରକାରର ଗେମ୍ସ ଉପଲବ୍ଧ ହେଉଥିବା ବେଳେ ନିଜ ପେଶାଦାର କାମ ସରିବା ପରେ ଲୋକମାନେ ଫୋନ ଧରି ଗେମ୍‌ ଖେଳିବାକୁ ବସି ପଡ଼ୁଛନ୍ତି । କିଛି ଲୋକ ଏହି ଗେମ୍‌ ଖେଳିବା ନିଶାରେ ନିଜ ପରିବାରକୁ ଠିକ୍‌ ଭାବରେ ଧ୍ୟାନ ଦେଇ ପାରୁ ନାହାନ୍ତି । ଏଭଳି ପରିସ୍ଥିତିରେ ଏବେ ଏକ ନୂଆ ଗେମ୍‌ ସାମ୍ନାକୁ ଆସିଛି । ଯାହାର ନାଁ ରହିଛି ଫର୍ଟନାଇଟ୍‌ ।

rochakpost.com

ଏହି ଗେମ୍‌ଟି ପୂର୍ବ ବର୍ଷ ଆସିଥିବା ବେଳେ ଏ ପର୍ଯ୍ୟନ୍ତ ଏ ଗେମ୍‌କୁ ନେଇ ୨୦୦ଟି ଛାଡ଼ପତ୍ର ହୋଇଥିବା ଏକ ସର୍ଭେରୁ ଜଣା ପଡ଼ିଛି । ଏହା ଏକ ଫାଇଟିଙ୍ଗ ଗେମ୍‌ ହୋଇଥିବା ବେଳେ ସବୁ ବୟସର ଲୋକମାନେ ଏହାକୁ ଖେଳିବାକୁ ପସନ୍ଦ କରୁଛନ୍ତି । ଯାହା ପାଇଁ ଛାଡ଼ପତ୍ର ହେଉଥିବା କହିଛନ୍ତି ଦମ୍ପତି । ଏହି ଗେମ୍‌ଟି ଭିଡ଼ିଓ ଗେମ୍‌ ପ୍ଲାଟ୍‌ଫର୍ମ ଏବଂ ମୋବାଇଲରେ ମାଗଣାର ଉପଲବ୍ଧ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର