ଜମ୍ମୁ-କଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀର କୁପଓ୍ଵାଡା ଜିଲ୍ଲାର ହନ୍ଦଓ୍ଵାଡା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିର ସାମ୍ନା କରି ନପାରି ଜଣେ ଆତଙ୍କବାଦୀ ନିହତ ହୋଇଥିବା ଖବର ମିଳିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ନିହତ ହୋଇଥିବା ଆତଙ୍କବାଦୀଙ୍କ ପରିଚୟ ମିଳି ପାରି ନଥିଲା। ଏବେ ବି ଗୁଳିବିନିମୟ ଜାରି ରହିଛି। ଘଟଣାସ୍ଥଳରୁ ଆତଙ୍କବାଦୀଙ୍କ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ହନ୍ଦଓ୍ଵାଡା ବାଇପାସ୍‌ ପାଖରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀ ମଧ୍ୟ ଆତଙ୍କବାଦୀଙ୍କୁ ପାଲଟା ଜବାବ ଦେବା ପାଇଁ ଗୁଳିବନିମୟ ଆରମ୍ଭ କରିଥିଲେ।

ସେହିପରି ଗତକାଲି ଫୁଲଓ୍ଵାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା, ଯେଉଁଥିରେ ଦୁଇଜଣ ହିଜବୁଲ ମୁଜାହିଦେନ୍‌ର ଆତଙ୍କବାଦୀ ନିହତ ହୋଇଥିଲେ। ଏଥିସହିତ ଆତଙ୍କବାଦୀଙ୍କ ଅସ୍ତ୍ରଶସ୍ତ୍ର ମଧ୍ୟ ଘଟଣାସ୍ଥଳରୁ ଜବତ ହୋଇଥିଲା। ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ନାମ ଲିୟାକତ ଓ ଅନ୍ୟଜଣଙ୍କ ନାମ ସାଜିଦ ବୋଲି ଜଣାପଡ଼ିଛି। ଏହି ଦୁଇ ଆତଙ୍କବାଦୀ ଫୁଲଓ୍ଵାମାରେ ବସବାସ କରୁଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର