ଶ୍ରୀନଗର : ଜମ୍ମୁ କଶ୍ମୀରର ପୁଞ୍ଚ୍ ସେକ୍ଟରରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି ଏବଂ ଏଥିରେ ଜଣେ ଯବାନ ସହିଦ ହୋଇ ଯାଇଛନ୍ତି। ସହିଦ ଯବାନଙ୍କ ନାମ ହରି ୱାକର୍ ଏବଂ ସେ ରାଜସ୍ଥାନ ବାସିନ୍ଦା। ଗତକାଲି ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ହରି ଆଜି ସେନା ହସ୍ପିଟାଲ୍ରେ ପ୍ରାଣ ହରାଇଛନ୍ତି। ପାକିସ୍ତାନର ବାଲାକୋଟ୍ରେ ବାୟୁସେନାର ବିମାନ ଆକ୍ରମଣ ପରଠାରୁ ପାକ୍ ସେନା ସୀମା ଅଞ୍ଚଳକୁ ଟାର୍ଗେଟ୍ କରି ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। କେବଳ ମାର୍ଚ୍ଚ ମାସର ପ୍ରଥମ ୩ ସପ୍ତାହରେ ପାକ୍ ସେନା ୧୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି।