ଓ୍ଵାଘା-ଅଟାରୀ ସୀମାରେ ଅଟକିଲା ସମଝୌତା ଏକ୍ସପ୍ରେସ : ଟ୍ରେନକୁ ଭାରତୀୟ ସୀମା ଭିତରକୁ ଆଣିଲେ ରେଳବାଇ ଚାଳକ ଦଳ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଓ ଲାହୋର ମଧ୍ୟରେ ସପ୍ତାହକୁ ଦୁଇ ଥର ଚାଲୁଥିବା ସମଝୌତା ଏକ୍ସପ୍ରେସକୁ ସୀମା ନିକଟରେ ହିଁ ଅଟକାଇଦେଇଛି ପାକିସ୍ତାନ । ପାକିସ୍ତାନରୁ ଭାରତକୁ ଫେରୁଥିବା ସମଝୌତା ଏକ୍ସପ୍ରେସର ଡ୍ରାଇଭର ଓ ଅନ୍ୟ କର୍ମଚାରୀମାନେ ଭାରତୀୟ ସୀମା ଭିତରକୁ ଆସିବାକୁ ମନା କରିବାରୁ ଓ୍ଵାଘା ସୀମା ନିକଟରେ ତାହା ଅଟକି ରହିଥିଲା । କିନ୍ତୁ ଭାରତରୁ ଏକ ଡ୍ରାଇଭର ଓ ଗାର୍ଡ ସେଠାକୁ ଯାଇ ଟ୍ରେନକୁ ଭାରତୀୟ ପଟକୁ ନେଇ ଆସିଛନ୍ତି ।

ଉତ୍ତର ରେଳବାଇ ସୁତ୍ରରୁ ପ୍ରକାଶ ଯେ ପାକିସ୍ତାନୀ ଡ୍ରାଇଭର ଓ ଗାର୍ଡ ସୁରକ୍ଷା କାରଣରୁ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବାକୁ ମନା କରିବାରୁ ଭାରତୀୟ ରେଳ ପକ୍ଷରୁ ନିଜର ଡ୍ରାଇଭରଙ୍କୁ ସେଠାକୁ ପଠାଯାଇଥିଲା । ସେମାନେ ଏକ ଇଂଜିନ ସହିତ ଯାଇ ଟ୍ରେନକୁ ଆଣିଛନ୍ତି । କିନ୍ତୁ ଟ୍ରେନ ସେବା ବନ୍ଦ ହେବା ନାହିଁ କୌଣସି ସୂଚନା ପାକିସ୍ତାନ ପଟୁ ଆସିନାହିଁ ବୋଲି ଉତ୍ତର-ରେଳବାଇର ସିପିଆରଓ ଦିପକ କୁମାର କହିଛନ୍ତି । କେବଳ ଟ୍ରେନର ଡ୍ରାଇଭର ଓ କର୍ମଚାରୀମାନଙ୍କ ସୁରକ୍ଷା ନେଇ ପାକିସ୍ତାନ ପକ୍ଷରୁ କେତେକ ପ୍ରଶ୍ନ ଉଠାଯାଇଛି । ଏପଟେ ପରିସ୍ଥିତି ସ୍ୱାଭାବିକ ରହିଛି ବୋଲି ସେମାନଙ୍କୁ ଆଶ୍ୱାସନା ଦିଆଯାଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର