ବଡ଼ ଖବର : ଭାରତୀୟ ପାଇଲଟଙ୍କୁ ଆସନ୍ତା କାଲି ଛାଡିବ ପାକିସ୍ତାନ

ନୂଆଦିଲ୍ଲୀ : ଭାରତ ପାଇଁ ଏକ ବଡ଼ ଖବର । ଭାରତ ଓ ବିଶ୍ବ ଜନମତ ଚାପରେ ପଡି ପାକିସ୍ତାନ ଶେଷରେ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତମାନଙ୍କୁ ଛାଡିବା ପାଇଁ ନିଷ୍ପତ୍ତି ନେଇଛି । ଆସନ୍ତା କାଲି ସେ ଭାରତରେ ପହଞ୍ଚିବାର ସମ୍ଭାବନା ରହିଛି । ଏହା ପୂର୍ବରୁ କେତେକ ସର୍ତ ସହ ତାଙ୍କୁ ଛାଡିବାକୁ ପାକିସ୍ତାନ ପ୍ରସ୍ତାବ ଦେଇଥିଲା । କିନ୍ତୁ ପାକିସ୍ତାନ ଆଗରେ ଭାରତ ଦବିଯାଇନଥିଲା ଓ ପାକିସ୍ତାନ ତାଙ୍କୁ ଛାଡିବାକୁ ବାଧ୍ୟ ବୋଲି କହିଥିଲା । ଜେନିଭା କନଭେନସନ ଅନୁସାରେ ପାକିସ୍ତାନ ତାଙ୍କୁ ଛାଡିବା ପାଇଁ ବାଧ୍ୟ ବୋଲି ଭାରତ କହିଥିଲା । ଏ ସଂପର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଘୋଷଣା କରିଛନ୍ତି । ଶାନ୍ତି ପାଇଁ ଅଭିନନ୍ଦନଙ୍କୁ ମୁକ୍ତ କରାଯାଇଥିବା ସେ କହିଥିଲେ ମଧ୍ୟ ଅନ୍ତର୍ଜାତୀୟ ଚାପ ଓ ଭାରତର ବିଚକ୍ଷଣ କୂଟନୀତି ଆଗରେ ନଇଁ ପାକିସ୍ତାନ ଏହା କରିବା ପାଇଁ ବାଧ୍ୟ ହୋଇଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଗତ କାଲି ବାୟୁସେନା ପାଇଲଟ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ଚଳାଉଥିବା ମିଗ ବିମାନଟି ଦୁର୍ଘଟଣାଗସ୍ତ ହେବା ପରେ ସେ ପାରାଚ୍ୟୁଟ ସାହାଯ୍ୟରେ ନିୟନ୍ତ୍ରଣ ରେଖା ସେପଟେ ଏକ ଗାଁ ନିକଟରେ ସଂପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଓହ୍ଲାଇଥିଲେ । କିନ୍ତୁ ସ୍ଥାନୀୟ ଗାଁ ଲୋକେ ତାଙ୍କୁ ପ୍ରବଳ ମାଡ ଦେବା ସହ ପାକିସ୍ତାନୀ ସେନା ହାତରେ ଧରାଇଦେଇଥିଲେ ।

ସମ୍ବନ୍ଧିତ ଖବର