ଗତ କିଛି ସପ୍ତାହ ମଧ୍ୟରେ ତୃତୀୟ ଥର ପାଇଁ ପାକ୍‌ ଆକାଶପଥରେ ମୋଦୀଙ୍କ ବିମାନ ଉଡ଼ାଣକୁ ଅନୁମତି ଦେଲା ନାହିଁ ପାକିସ୍ତାନ

ନୂଆଦିଲ୍ଳୀ: ପାକିସ୍ତାନ ଆକାଶପଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ଉଡ଼ାଣ ପାଇଁ ଶନିବାର ଭାରତକୁ ଅନୁମତି ଦେଇନାହିଁ ପାକିସ୍ତାନ। ଗତ ଗିିଛି ସପ୍ତାହ ମଧ୍ୟରେ ମୋଦୀଙ୍କ ବିମାନକୁ ପାକିସ୍ତାନ ଆକାଶପଥରେ ଉଡ଼ିବାର ଅନୁମତି ନମିଳିବାରେ ଏହା ହେଉଛି ତୃତୀୟ ଥର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁରୋଧ କରିଥିଲେ ମଧ୍ୟ ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଶିତିଳ ଯୁଦ୍ଧ ହେତୁ ପାକିସ୍ତାନ ଅନୁମତି ଦେବାକୁ ସ୍ପଷ୍ଟ ମନା କରି ଦେଇଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୱାରେସି କହିଛନ୍ତି, ‘ଆମେ ଭାରତ-ଅଧିକୃତ-କଶ୍ମୀରରେ ମାନବଧିକାରର ଉଲ୍ଲଂଘନକୁ ନିନ୍ଦା କରି କଶ୍ମୀର ଦ୍ୱାରା ପାଳନ କରାଯାଉଥିବା କଳା ଦିବସକୁ ସମ୍ମାନ ଦେଇ ଅନୁମତି ପାଇଁ ମନା କରିଛୁ। ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଆମର ଏହି ନିଷ୍ପତ୍ତି ସଂପର୍କରେ ସୂଚୀତ କରାଯାଇଛି।’

The Economic Times

ତେବେ, ମୋଦୀ କେଉଁଠାକୁ ଯିବା ପାଇଁ ଅନୁମତି ମଗିଥିଲେ କ୍ୱାରେସି ଖୋଲି କରି କହିନାହାନ୍ତି। ତେବେ ଏକ ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସେ ଦାଉଦ ଆରବ ଯାଇ ନିବେଶ ସମ୍ମିଳନୀରେ ଯୋଗ ଦେଇଥାନ୍ତେ।

ସମ୍ବନ୍ଧିତ ଖବର