ସିନ୍ଧୁ ଜଳବଣ୍ଟନ ବିବାଦ : ଚେନାବ ନଦୀରେ ଭାରତ ନିର୍ମାଣ କରୁଥିବା ଡ୍ୟାମ ପରିଦର୍ଶନ ପାଇଁ ଭାରତରେ ପହଞ୍ଚିଲେ ପାକ ବିଶେଷଜ୍ଞ ଦଳ

ନୂଆଦିଲ୍ଲୀ : ସିିନ୍ଧୁନଦୀ ଜଳବଣ୍ଟନ ଚୁକ୍ତି ଅନୁଯାୟୀ ଚେନାବ ନଦୀ ଅବବାହିକା ରେ ଭାରତ ପକ୍ଷରୁ ନିର୍ମାଣାଧୀନ ପ୍ରକଳ୍ପ ପରିଦର୍ଶନ କରିବା ପାଇଁ ପାକ ବିଶେଷଜ୍ଞ ଟିମ ଭାରତରେ ପହଞ୍ଚିଛନ୍ତି । ପାକିସ୍ତାନ ସିନ୍ଧୁ କମିଶନର ସୟଦ ମହମ୍ମଦ ମେୟର ଅଲ୍ଲୀ ଓ ତାଙ୍କର ଦୁଇ ଜଣ ପରାମର୍ଶଦାତା ଅମୃତସର ଦେଇ ଭାରତରେ ପହଞ୍ଚିଛନ୍ତି । ସେମାନେ ଜାମ୍ମୁ ଓ କାଶ୍ମୀର ଯାଇ ଏହି ପ୍ରକଳ୍ପ ପରିଦର୍ଶନ କରିବେ । ପ୍ରକଳ୍ପଟି ସିନ୍ଧୁ ଜଳବଣ୍ଟନ ଚୁକ୍ତି ଅନୁସାରେ ହୋଇଛି କି ନା ତାହା ସେମାନେ ଯାଞ୍ଚ କରିବେ ।

ଗତବର୍ଷ ଅଗଷ୍ଟ ମାସରେ ପାକିସ୍ତାନର ଲାହୋରଠାରେ ସ୍ଥାୟୀ ସିନ୍ଧୁ ନଦୀ ଆୟୋଗର ବସିଥିବା ବୈଠକରେ ଉଭୟ ପକ୍ଷର ପ୍ରତିନିଧିମଣ୍ଡଳକୁ ପରସ୍ପରର ପ୍ରକଳ୍ପ ଅଂଚଳ ପରିଦର୍ଶନ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ସତ୍ତ୍ୱେ ଭାରତ ପାକ ପ୍ରତିନିଧିମଣ୍ଡଳକୁ ଚେନାବ ନଦୀ ଉପରେ ନିର୍ମିତ ଡ୍ୟାମ ପରିଦର୍ଶନ ପାଇଁ ଅନୁମତି ଦେଉନାହିଁ ବୋଲି ପାକିସ୍ତାନୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏହାକୁ ନେଇ ବିବାଦ ଦେଖାଦେଇଥିଲା । କିନ୍ତୁ ଭାରତ ଏହାକୁ ଅସ୍ୱୀକାର କରଥିଲା । ତେବେ ଜାମ୍ମୁ ଓ କାଶ୍ମୀରର ପଂଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ ଯୋଗୁଁ ଏହି କାର୍ଯ୍ୟକ୍ରମକୁ ଟିକିଏ ଘୁଞ୍ଚାଇ ଦିଆଯାଇଥିଲା ବୋଲି ଭାରତ ପକ୍ଷରୁ କୁହାଯାଇଥିଲା ।

ସମ୍ବନ୍ଧିତ ଖବର