ମିସାଇଲ ପଡିବା ନେଇ ପାକିସ୍ତାନ ସାଂସଦଙ୍କ ପ୍ରତିକ୍ରିୟା; ଭାରତ ଆମକୁ ବିପଜ୍ଜନକ ସଙ୍କେତ ଦେଇଛି

ନୂଆଦିଲ୍ଲୀ: ଭାରତ ତରଫରୁ ଭୁଲରେ ପାକିସ୍ତାନ ମାଟିରେ ମିସାଇଲ ନିକ୍ଷେପ କରାଯିବା ଘଟଣା ଏବେ ପାକିସ୍ତାନରେ ଏକ ବଡ ମାମଲା ପାଲଟିଛି। ପାକିସ୍ତାନ ତରଫରୁ ମିସାଇଲ ପଡିବା ନେଇ ପ୍ରତ୍ୟେକ ଦିନ ପ୍ରତିକ୍ରିୟା ଆସୁଛି। ପାକିସ୍ତାନ ବୈଦେଶିକ ସିନେଟ ସ୍ଥାୟୀ ସମିତିର ଅଧ୍ୟକ୍ଷ ଶେରି ରେହମାନ ଭାରତୀୟ ମିସାଇଲ ପାକିସ୍ତାନରେ ପଡିବା ନେଇ ପାକିସ୍ତାନର ସ୍ପଷ୍ଟୀକରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ସମିତିର ଏକ ବୈଠକରେ ଅଧ୍ୟକ୍ଷତା କରି ସେ କହିଛନ୍ତି, ପାକିସ୍ତାନରେ ଭାରତୀୟ ମିସାଇଲ ପଡିବା ବିଦଦଜନକ ସଙ୍କେତ ଓ ଏହାର ପରିଣାମ ବିପଦଜନ ହୋଇପାରେ। ଦୁଇ ଶକ୍ତିଶାଳୀ ଓ ପରମାଣୁ ଦେଶ ମଧ୍ୟରେ କୌଣସି ବି ପ୍ରକାର ଶତ୍ରୁତାକୁ ସମାଧାନ କରାଯିବା ଉଚିତ। ଦୁନିଆରେ ବର୍ତ୍ତମାନ ଏପରି ବିପଦଜନକ ମାହୋଲର ଅନ୍ୟ କୌଣସି ଉଦାହରଣ ନାହିଁ ଯେଉଁଠି ଦୁଇ ପରମାଣୁ ଶକ୍ତି, ଯାହାଙ୍କ ମଧ୍ୟରେ ୪ଟି ଯୁଦ୍ଧ ହୋଇଛି ଓ ସେମାନେ ପରସ୍ପରର ପଡୋଶୀ ଅଛନ୍ତି। ଆମର ଇତିହାସ ଅତ୍ୟନ୍ତ ଅଶାନ୍ତ। ତାକୁ ଦେଖି ଭାରତର ଭୁଲର ଗମ୍ଭୀରତାକୁ ପାକିସ୍ତାନ ଓ ଅନ୍ତର୍ଜାତୀୟ ସମୁଦାୟ ଦ୍ଵାରା ଅଣଦେଖା କରାଯିବ ଉଚିତ ନୁହେଁ।

Image Courtesy: Indian Defence Foroum

 

ସେ ପୁଣି କହିଛନ୍ତି, ଭାରତ ଟେକ୍ନୋଲୋଜି ଭୁଲ ଯୋଗୁଁ ମିସାଇଲ୍ ପଡିବା ଘଟଣା ପାକିସ୍ତାନର ରାଜଧାନୀ ଇସ୍ଲାମାବାଦ ଠାରୁ ୫ ଶହ କିଲୋମିଟର ଦୂରରେ ହୋଇଛି। ଆମେରିକା ଓ ଚୀନ ପରେ ଭାରତ ନିଜ ସେନା ଉପରେ ସବୁଠୁ ଅଧିକ ଖର୍ଚ୍ଚ କରିଥାଏ। ତେଣୁ ଭାରତ ଦ୍ଵାରା ଏପରି ବଡ ଦୁର୍ଘଟଣା ଭୁଲରେ କିପରି କିପରି ହୋଇପାରିଲା?

ଭାରତ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଦେଶ ମଧ୍ୟ ଦେଇଛି । ପାକିସ୍ତାନ କିନ୍ତୁ ଭାରତ ତରଫରୁ ଦିଆଯାଇଥିବା ସ୍ପଷ୍ଟୀକରଣ ଉପରେ ପ୍ରଶ୍ନ ଉଠାଉଛି। ଶେରୀ ରେହମାନ ବି ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର