ସ୍ୱାଧୀନତା ଦିବସରେ ଆକ୍ରମଣ ମସୁଧା କରୁଥିବା ପାକ୍‌ ଆତଙ୍କବାଦୀ ନିପାତ

ଶ୍ରୀନଗର: କାଶ୍ମୀରରେ ସ୍ବାଧୀନତା ଦିବସରେ ଆକ୍ରମଣ ମସୁଧା କରୁଥିବା ଜଣେ ପାକ୍‌ ଆତଙ୍କବାଦୀକୁ ସୁରକ୍ଷା ବାହିନୀ ଆଜି ନିପାତ କରିଛି। ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ପ୍ରାୟ ୧୨ ଘଣ୍ଟାର ଅପରେସନ ପରେ ଏହି ଆତଙ୍କବାଦୀ ନିପାତ ହୋଇଛି। ତେବେ ଏହି ଗୁଳି ବିନିମୟରେ ଦୁଇ ଜଣ ସୁରକ୍ଷା କର୍ମୀ ଏବଂ ଦୁଇ ଜଣ ସ୍ଥାନୀୟ ବାସିନ୍ଦା ଆହତ ହୋଇଥିବା ସୂଚନା ମିଳିଛି।

ଆଇଜିପି ବିଜୟ କୁମାର କହିଛନ୍ତି ଯେ, କୁଲଗାମ ଏନକାଉଣ୍ଟର ଶେଷ ହେବା ସହିତ ୭୫ ତମ ସ୍ୱାଧୀନତା ଦିବସ ପୂର୍ବରୁ ଏକ ବଡ଼ ଆକ୍ରମଣ ଯୋଜନାକୁ ପଣ୍ଡ କରିଦିଆଯାଇଛି। ଗତକାଲି ବିଏସ୍ଏଫ୍ ଗାଡ଼ି ଉପରେ ଲସ୍କର ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆଜି ଏନ୍‌କାଉଣ୍ଟର ପରେ ଉସମାନ ନାମକ ଜଣେ ପାକିସ୍ତାନୀ ଆତଙ୍କବାଦୀର ମୃତଦେହ ଉଦ୍ଧାର କରାଯିବା ସହ ଏକ ଏକେ-୪୭, ଗ୍ରେନେଡ ଏବଂ ରକେଟ ଲଞ୍ଚର ଜବତ କରାଯାଇଛି। ଏହି ପାକ୍‌ ଆତଙ୍କବାଦୀ ସ୍ବାଧୀନତା ଦିବସରେ ଆକ୍ରମଣ ପାଇଁ ବ୍ୟାପକ ଯୋଜନା କରିଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର