ପାକିସ୍ତାନର ଦାବି : ୨ ଭାରତୀୟ ବିମାନକୁ ଆମେ ମାରି ଖସାଇ ଦେଲୁ , ଜଣେ ପାଇଲଟଙ୍କୁ ଗିରଫ କରିଛୁ

ଶ୍ରୀନଗର: ଜୈସ ଶିବିର ଉପରେ ଭାରତୟ ବାୟୁସେନା  ଆକ୍ରମଣର ପ୍ରତିଶୋଧ ନେବାକୁ ଏବେ ସୁଯୋଗ ଖୋଜୁଛି ପାକିସ୍ତାନ । ଏହାକୁ ନେଇ ଗତକାଲିଠାରୁ ଉଭୟ ସେନା ପକ୍ଷରୁ ଗୁଳି ବିନିମୟ ମଧ୍ୟ ଆରମ୍ଭ ହୋଇଯାଇଛି ।  ଜମ୍ମୁକାଶ୍ମୀର ବଡଗାମରେ ମିଗ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ବିମାନରେ ଥିବା ଦୁଇ ଜଣ ପାଇଟଲଙ୍କର ମୃତ୍ୟୁ ଘଟିଛି ।  କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ପାକିସ୍ତାନ ଦାବି କରିଛି କି ପାକ୍ ସେନା ଆକ୍ରମଣ କରି ଦୁଇ ଭାରତୀୟ ବିମାନକୁ ଗୁଳି କରି ଖସାଇଛି। ମାତ୍ର ପାକିସ୍ତାନର ଏପରି ଅଭିଯୋଗକୁ ଅସ୍ୱୀକାର କରିଛି ଭାରତ।

ପାକ୍ ସେନା ଆହୁରି ମଧ୍ୟ ଦାବି କରିଛି କି, ଜଣେ ଭାରତୀୟ ପାଇଲଟଙ୍କୁ ବି ସେମାନେ ଗିରଫ କରିଛନ୍ତି । ଅନ୍ୟ  ଜଣେ ପାଇଲଟ  ଲୁଚି ରହିଛନ୍ତି । ତେବେ ଭାରତ ପକ୍ଷରୁ ଏ ସଂପର୍କରେ ଏଯାବତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏଠାରେ ଆମେ କହି ରଖୁଛୁ କି, ଭାରତୀୟ ବାୟୁସେନାର ଏକ ବିମାନ  ବଡଗାମରେ ଖସିପଡିଥିବା ବେଳେ ଅନ୍ୟ ଏକ ବିମାନ ପାକିସ୍ତାନୀ ସୀମାରେ ଖସି ପଡିଥିଲା ।

ଅନ୍ୟପଟେ, ପାକସ୍ତାନର ଯୁଦ୍ଧ ବିମାନ ଆଜି ଭାରତୀୟ ଆକାଶ ସୀମା ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଛି । ପାକିସ୍ତାନର ୩ ଏଫ-୧୬ ଜେଟ୍ ଜମ୍ମୁକଶ୍ମୀର ରଜୌରୀ ଜିଲ୍ଳାର ନୌସେରା ସେକ୍ଟର ଭିତରକୁ ପାକିସ୍ତାନ ଯୁଦ୍ଧ ବିମାନ ପଶି ଆସିଥିଲା। ସେଥି ମଧ୍ୟରୁ ୨ଟିକୁ ଭାରତୀୟ ବାୟୁସେନା ଗୁଳି କରି ଖସାଇ ଦେଇଛି। ସେପଟେ ସୁରକ୍ଷାକୁ ଦୃଷ୍ଟିରୁ ରଖି ଜମ୍ମୁକଶ୍ମୀରର ବିଭିନ୍ନ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ସୀମା ନିକଟବର୍ତୀ ଲେହ, ଜମ୍ମୁ, ଶ୍ରୀନଗର ଓ ପଠାନକୋଟ ବିମାନବନ୍ଦରେ  ହାଇ ଆଲର୍ଟ ଜାରି କରାଯାଇଛି ।

ସମ୍ବନ୍ଧିତ ଖବର