ଦିଲ୍ଲୀ ଏମ୍‌ସରେ ପପୁ ପମ୍‌ପମ୍‌ଙ୍କ ଚିକିତ୍ସା ଆରମ୍ଭ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍‌ସର ଗ୍ୟାଷ୍ଟ୍ରୋଲୋଜି ବିଭାଗର ଆଇସିୟୁରେ ଓଲିଉଡ୍‌ର ହାସ୍ୟ ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମ୍‌ପମ୍‌ଙ୍କର ଚିକିତ୍ସା ଆରମ୍ଭ ହୋଇଛି। ଗତକାଲି ରାତିରେ ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍‌୍‌ସ ଯୋଗେ ପପୁ ଏଠାରେ ପହଞ୍ଚିବା ପରେ ତାଙ୍କୁ ଆଇସିୟୁର ୧୨ ନମ୍ବର ବେଡରେ ଭର୍ତ୍ତି କରାଯାଇଥିଲା।

ଏମ୍‌ସ ଗ୍ୟାଷ୍ଟ୍ରୋଲୋଜି ବିଭାଗର ପ୍ରଫେସର ଅନୁପ ସାରାୟାଙ୍କ ନେତୃତ୍ୱରେ ଏକ ଟିମ୍‌ ପପୁଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି। ପପୁଙ୍କର ପାନକ୍ରିୟାସ (ଅଗ୍ନାଶୟ) ସଂକ୍ରମଣ ଥିବାରୁ ତାଙ୍କର ବିଭିନ୍ନ ପରୀକ୍ଷା କରାଯିବା ପାଇଁ ଡାକ୍ତରୀ ଦଳ ଯୋଜନା କରୁଥିବା ଜଣାପଡ଼ିଛି। ହେଲେ ପପୁଙ୍କର ସଠିକ୍‌ ସ୍ୱାସ୍ଥ୍ୟାବସ୍ଥାର କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ଚିକିତ୍ସା କରୁଥିବା ଡାକ୍ତରୀ ଦଳ କିମ୍ବା ପରିବାର ସଦସ୍ୟଙ୍କଠାରୁ କିଛି ଜଣାପଡ଼ିନାହିଁ। ଅପରପକ୍ଷରେ ପପୁଙ୍କର ବହୁ ପ୍ରବାସୀ ଓଡ଼ିଆ ଶୁଭେଚ୍ଛୁମାନେ ଏମ୍‌ସରେ ପହଞ୍ଚି ତାଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ପପୁଙ୍କର ଚିକିତ୍ସା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ପତ୍ର ଲେଖାଯାଇଥିବା ତାଙ୍କର କେତେଜଣ ଶୁଭେଚ୍ଛୁ କହିଛନ୍ତି। ସୂଚନାଯୋଗ୍ୟ, ପପୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହେବା ପରେ ତାଙ୍କ ପୂର୍ବରୁ ପୂର୍ବତନ ବିଜେପି ନେତା ଜୟନାରାୟଣ ମିଶ୍ର ଓ କନ୍ଧମାଳର ଯୋଡ଼ାମୁଣ୍ଡ ଜଗା-ବଳିଆ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର