ଡିସେମ୍ବର ମାସରେ ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ: ଅନନ୍ତ କୁମାର

ନୂଆଦିଲ୍ଲୀ: ଡିସେମ୍ବର ମାସରେ ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ବସିବ। ମଙ୍ଗଳବାର ଦିନ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଏ କଥା କହିଛନ୍ତି। ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ଡେରି ହେଉଥିବାରୁ ବିଜେପି ଏବଂ କଂଗ୍ରେସ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଶୀତକାଳୀନ ଅଧିବେଶନ ପାଇଁ ଏ ପର୍ଯ୍ୟନ୍ତ ସରକାର ତାରିଖ ଠିକ୍‌ କରି ନାହାନ୍ତି। ସାଧାରଣତଃ ଶୀତକାଳୀନ ଅଧିବେଶନ ନଭେମ୍ବର ମାସର ତୃତୀୟ ସପ୍ତାହରେ ଆରମ୍ଭ ହୋଇଥାଏ। ଡିସେମ୍ବର ୯ ଏବଂ ୧୨ ତାରିଖ ଦିନ ଗୁଜୁରାଟରେ ବିଧାନସଭା ନିର୍ବାଚନ ଥିବାରୁ ସରକାର ଏଥର ଏହି ଅଧିବେଶନ ଡେରିରେ ଆରମ୍ଭ କରିବେ।

ଆଗରୁ ମଧ୍ୟ ଶୀତକାଳୀନ ଅଧିବେଶନ ଡେରିରେ ବସିଛି। ଦୁଇ ଥର ଅଧିବେଶନ ବଡ଼ଦିନ ପରେ ମଧ୍ୟ ବସି ଥିବା କଥା କୁମାର କହିଥିଲେ। ଥରେ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଏବଂ ଆଉ ଥରେ ଚନ୍ଦ୍ରଶେଖରଙ୍କ ସମୟରେ ଶୀତକାଳୀନ ଅଧିବେଶନ ଡେରି ହୋଇଥିଲା। ସେତେବେଳେ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ନିର୍ବାଚନ ହେଉଥିଲା।

ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ଅଧିବେଶନ ନ ବସାଇବା ଗୋଟିଏ ପ୍ରଥା ପାଲଟି ଯାଇଛି। କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖାର୍ଗେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ସୃଷ୍ଟିକର୍ତ୍ତା ବ୍ରହ୍ମା। ସେ ସବୁ କଥା ବୁଝୁଛନ୍ତି। ସେ ଏକା ଜାଣନ୍ତି ଶୀତକାଳୀନ ଅଧିବେଶନ କେବେ ବସିବ।

ଏହାର ଜବାବ ଦେଇ ପ୍ରସାଦ କହିଥିଲେ ଯେ ମୋଦି ହେଉଛନ୍ତି ପ୍ରଧାନ ସେବକ।

ସମ୍ବନ୍ଧିତ ଖବର