ବିଜେପିରେ ଯୋଗ ଦେଲେ ଏସଡିଏଫର ୧୦ ବିଧାୟକ

ଗାଙ୍ଗଟକ:ସିକିମରେ ଆଜି ଏକ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ତାହା ହେଲା କି ସିକିମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସଡିଏଫ)ର ୧୦ ଜଣ ବିଧାୟକ ଆଜି ବିଧିବଦ୍ଧଭାବେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଜେ ପି ନଡ୍ଡା ଓ ସାଧାରଣ ସମ୍ପାଦକ ରାମ ମାଧବଙ୍କ ଉପସ୍ଥିତିରେ ଏମାନେ ବିଜେପିରେ ଯୋଗ ଦେଇଥିବା ଜଣାଯାଇଛି।

ଏସଡିଏଫ ଦଳର ଆଉ ୪ ଜଣ ବିଧାୟକ ରହିଛନ୍ତି । ସେମାନେ ବି ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେଉଥିବାର ସୂଚନା ରହିଛି। ଯଦି ସେଭଳି ଘଟେ ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଙ୍ଗ ତାଙ୍କ ଦଳ ଏସଡିଏଫରେ ଏକା ବିଧାୟକ ହୋଇ ରହିବେ। ପବନ କୁମାର ଚାମଲିଙ୍ଗ ହେଉଛନ୍ତି ସିକିମର ସର୍ବାଧିକ ସମୟ ଧରି କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ।

Image result for pawan chamling
photo-outlookindia

ସୂଚନାଯୋଗ୍ୟ, ୧୯୯୩ ମସିହାରେ ପବନ ଚାମଲିଙ୍ଗ ଏସଡିଏଫ ଦଳ ଗଢ଼ିଥିଲେ । ଏସଡିଏଫ ଦୀର୍ଘ ୨୫ ଧରି ଶାସନ କ୍ଷମତାରେ ଥିଲା ,କିନ୍ତୁ ଗତ ବିଧାନସଭା ନିର୍ବାଚନରେ ପବନ କୁମାର ଚାମଲିଙ୍ଗ ଗାଦିଚ୍ୟୁତ ହୋଇଥିଲେ ।

ସମ୍ବନ୍ଧିତ ଖବର