ହିନ୍ଦୀ ଏବେ ଆମେରିକାରେ ସବୁଠାରୁ ଅଧିକ କୁହାଯାଉଥିବା ଭାଷା

ନୂଆଦିଲ୍ଲୀ: ଆମେରିକାରେ ଏବେ ସବୁଠାରୁ ଅଧିକ କୁହାଯାଉଥିବା ଭାରତୀୟ ଭାଷା ହେଉଛି ହିନ୍ଦୀ। ଏହାପରେ ଗୁଜରାଟୀ ଏବଂ ତେଲୁଗୁ ଭାଷା ଦ୍ୱିତୀୟ ସ୍ଥାନରେ ରହିଛି। ୨୦୧୦ର ସ୍ଥିତି ତୁଳନାରେ ୨୦୧୭ରେ ଆମେରିକାରେ ତେଲୁଗୁରେ କଥାବାର୍ତ୍ତା କରୁଥିବା ଲୋକଙ୍କ ସଂଖ୍ୟା ୮୬ ପ୍ରତିଶତ ବଢ଼ିଛି। ଆମେରିକା କମ୍ୟୁନିଟି ସର୍ଭେ ରିପୋର୍ଟରେ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ଯେ ଆମେରିକାରେ ୮.୬୩ ଲକ୍ଷ ଲୋକ ହିନ୍ଦୀରେ କଥାବାର୍ତ୍ତା କରୁଛନ୍ତି। ତେଲୁଗୁରେ କଥାବାର୍ତ୍ତା କରୁଥିବା ଲୋକଙ୍କ ସଂଖ୍ୟା ୪.୧୫ ଲକ୍ଷ ଥିବା ବେଳେ ଗୁଜରାଟୀରେ ୪.୩୪ ଲକ୍ଷ ଲୋକ କଥାବାର୍ତ୍ତା କରନ୍ତି।

ସମ୍ବନ୍ଧିତ ଖବର