ତାମିଲ୍‌ନାଡୁ: ବରର ସାଙ୍ଗମାନେ ବାହାଘର ଉପହାର ଦେଲେ ପାଞ୍ଚ ଲିଟର୍‌ ପେଟ୍ରୋଲ୍‌

କୁଡ୍ଡାଲୋର୍‌: ଜଣେ ବ୍ୟକ୍ତିଙ୍କ ବାହାଘର ଅବସରରେ ତାଙ୍କର ସାଙ୍ଗମାନେ ବିବାହ ଉପହାର ବାବଦରେ ୫ ଲିଟର୍‌ ପେଟ୍ରୋଲ୍‌ ଦେଇଛନ୍ତି, ଯାହାର ଦର ଆଜିକାଲି ହୁ ହୁ ହୋଇ ଦର ବଢ଼ି ଚାଲିଛି।

ବିବାହ ହଲ୍‌ରେ ନବବିବାହିତା ଦମ୍ପତି ଅତିଥିମାନଙ୍କୁ ସ୍ୱାଗତ କରୁଥିବାବେଳେ ବରର ସାଙ୍ଗମାନେ ସଦଳ ବଳେ ସେଠାକୁ ଆସି ତାଙ୍କୁ ୫ଲିଟର୍‌ ପେଟ୍ରୋଲ୍‌ ପଶିଥିବା ଗୋଟିଏ ଜେରିକିନ୍‌ ଉପହାର ଦେଇଥିବା କଥା ସ୍ଥାନୀୟ ଟେଲିଭିଜନ୍‌ ଚାନେଲ୍‌ କହିଛି।

ହାସ୍ୟରୋଳ ମଧ୍ୟରେ ବ୍ୟକ୍ତିଜଣକ ତାହାକୁ ଗ୍ରହଣ କରିଛନ୍ତି। ଏହି ପେଟ୍ରୋଲ୍‌ ଉପହାର ଦେବାନେବାର ଏକ ୩୯ ସେକେଣ୍ଡ୍‌ବିଶିଷ୍ଟ ଭିଡିଓ କ୍ଲିପ୍‌କୁ ମଧ୍ୟ ତାମିଲ୍‌ ଟେଲିଭିଜନ୍‌ ଚାନେଲ୍‌ ‘ପୁତିୟା ତାଲାଇମୁରାଇ’ ପ୍ରସାରଣ କରିଛି।

ସମ୍ପ୍ରତି ତାମିଲ୍‌ନାଡୁରେ ପେଟ୍ରୋଲ୍‌ ଦର ଲିଟର୍‌ ପିଛା ରହିଛି ଟ ୮୫. ୧୫ ପଇସା। ଦେଶରେ ସର୍ବାଧିକ ମୂଲ୍ୟରେ ପେଟ୍ରୋଲ୍‌ ବିକ୍ରୟ ହେଉଥିବା ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲ୍‌ନାଡୁ ଅନ୍ୟତମ।

ବରର ସାଙ୍ଗମାନେ କହନ୍ତି: ଇନ୍ଧନ ଏବେ ଉପହାର ଦେଲା ଭଳି ଜିନିଷ ହୋଇ ଗଲାଣି।

ସମ୍ବନ୍ଧିତ ଖବର