ଇଭାଙ୍କାଙ୍କୁ ‘ସାଦେଲି କାଠବାକ୍ସ’ ଉପହାର ଦେଲେ ମୋଦି

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଭାଙ୍କା ଟ୍ରମ୍ପ୍‌ଙ୍କୁ ଗୋଟିଏ କାଠବାକ୍ସ ଉପହାର ଦେଇଛନ୍ତି। ବାକ୍ସଟି ସାଦେଲି ହସ୍ତଶିଳ୍ପ ଶୈଳୀରେ ତିଆରି ହୋଇଛି।

ତାଙ୍କ ହାଇଦ୍ରାବାଦ ଗସ୍ତକୁ ସ୍ମରଣୀୟ କରାଇବା ସକାଶ ତାଙ୍କୁ ଏ ଉପହାରଟି ଦିଆଯାଇଥିବା କଥା ଜଣାପଡ଼ିଛି।

ସଦେଲି ସୁରତର ହସ୍ତଶିଳ୍ପ। ଅତି ଦକ୍ଷ ଶିଳ୍ପୀମାନେ ଟିକି ଟିକି ରଙ୍ଗିନ କାଠରେ ତିଆରି କରାଯାଇଥାଏ। ତାହା ପୁଣି ଦିଶୁଥାଏ ଟିକି ଟିକି ଜ୍ୟାମିତିକ ନକ୍ସା ପରି।

ବହୁ କାଳରୁ ଏହି କାରିଗରି କବାଟ, ଝରକା ଏବଂ ଆସବାବ୍‌ପତ୍ର ସଜାଇବାରେ ଲାଗୁଥିଲା। ଏବେ ଏହାକୁ ଗହଣାବାକ୍ସ, ଡବା, ଫଟୋ ଫ୍ରେମ୍‌ ଆଦିରେ ବ୍ୟବହାର କରାଯାଉଛି।

ଊନବିଂଶ ଶତାବ୍ଦୀରେ ସଦେଲି ଇଂଲଣ୍ଡ୍‌ରେ ଖୁବ୍‌ ଜନପ୍ରିୟ ହୋଇଥିଲା। ତେଣୁ ସେମାନେ ଏଥିରେ ନିର୍ମିତ ବାକ୍ସ, ତାସ୍‌ ଖୋଳ ଏବଂ ଚେସ୍‌ ବୋର୍ଡ ଆଦି ଭାରତରୁ ରପ୍ତାନି କରୁଥିଲେ। ଏହି ହସ୍ତକର୍ମର ପେଣ୍ଠ ଥିଲା ବମ୍ବେ। ତେଣୁ ତାହାକୁ ବମ୍ବେ ବକ୍ସ ବୋଲି କୁହାଯାଉଥିଲା।

ସମ୍ବନ୍ଧିତ ଖବର