ତେଜ ପ୍ରତାପ ରଖିଲେ ସର୍ତ୍ତ; ‘କରୋନା ଟିକାକୁ ପ୍ରଧାନମନ୍ତ୍ରୀ ପ୍ରଥମେ ନେବା ପରେ ଯାଇ ଆମେ ନେବୁ’

ପାଟନା: ଚୀନର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସମଗ୍ର ଭାରତରେ ସଂକ୍ରମଣ ହୋଇଛି।  ତେବେ ନୂଆ ବର୍ଷରେ ଏକ ଆଶ୍ବସ୍ତିର ଖବର ସାମ୍ନାକୁ ଆସିଛି। ଡିସିଜିଆଇ ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଭ୍ୟାକସିନର ଜରୁରୀକାଳିନସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ଦେଇ ଦେଇଛି। ଏମିତିରେ ଖୁବ ଶୀଘ୍ର ଦେଶରେ ଟିକାକରଣ ଆରମ୍ଭ ହୋଇଯିବ ବୋଲି କୁହାଯାଉଛି।

ତେବେ କରୋନା ସଂକ୍ରମଣ ଲୋକଙ୍କ ମନରେ ଯେତିକି ଭୟ ସୃଷ୍ଟି କରିଥିଲା ଏହାର ଭ୍ୟାକ୍ସିନ୍ ବା ଟିକା ଆସିବା ପରେ ଲୋକେ ସେତିକି ଆଶ୍ବସ୍ତି ଅନୁଭବ କରିଛନ୍ତି। ଅନ୍ୟପକ୍ଷରେ ଦେଖିବାକୁ ଗଲେ କେତେକ ଲୋକ ଏହି କରୋନା ଟିକା ନେବାକୁ ଭୟ କରୁଥିବା ବି ଦେଖିବାକୁ ମିଳିଛି। ଲୋକେ କରୋନା ଭ୍ୟାକସିନକୁ ନେଇ ରାଜନୀତି କରିବା ବି ଆରମ୍ଭ କରି ଦେଲେଣି। ଅଖିଳେଶ ଯାଦବଙ୍କ ପରେ ଆରଜେଡି ନେତା ତଥା ଲାଲୁ ଯାଦବଙ୍କ ପୁତ୍ର ତେଜ ପ୍ରତାପ କରୋନା ଭ୍ୟାକସିନକୁ ନେଇ ଏକ ସର୍ତ୍ତ ସରକାରଙ୍କ ସାମ୍ନାରେ ରଖିଛନ୍ତି।

PM Modi COVID 19 vaccine first shot RJD leader Tej Pratap Yadav vaccination dry run | India News – India TV

ଦେଶରେ କରୋନା ଭାଇରସ ପାଇଁ ଡ୍ରାଏରନ ଚାଲିଥିବା ବେଳେ ତେଜପ୍ରତାପ ଯାଦବ କହିଛନ୍ତି, କରୋନା ଟିକା ନେବା ପୂର୍ବରୁ ତାଙ୍କର ଗୋଟିଏ ସର୍ତ୍ତ ରହିଛି। ଯାହାକୁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ପୂରା କରି ପାରିବେ। ସେ କହିଛନ୍ତି କରୋନାର ଯେଉଁ ଟିକାକୁ ମଞ୍ଜୁରୀ ମିଳିଛି ଯଦି ମୋଦୀ ତାହାକୁ ପ୍ରଥମେ ‌ନେବେ ତେବେ ଯାଇ ‌ସେ ଏହି ଟିକାକୁ ନେବେ ।

ତେଜ ପ୍ରତାପଙ୍କ ପୂର୍ବରୁ ଜଣେ କଂଗ୍ରେସ ନେତା ଏହି କଥା କହିଥିବା ବି ଶୁଣିବାକୁ ମିଳିଥିଲା। ଉତ୍ତରପ୍ରଦେଶର  ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରଥମେ କହିଥି‌ଲେ ଏହା ହେଉଛି ଭାରତୀୟ ଜନତା ପାର୍ଟି (ଭାଜପ‌ା)ର ଟିକା ତେଣୁ ମୁଁ ଏହାକୁ ନେବି ନାହିଁ।

ସମ୍ବନ୍ଧିତ ଖବର