ତୁମମାନଙ୍କ ପୂର୍ବଜଙ୍କ ପରି ମୋ ପୂର୍ବଜଙ୍କୁ ବି କେହି ଜାଣନ୍ତି ନାହିଁ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ଦଳଙ୍କୁ ଓଲଟା ଜବାବ ଦେଇଛନ୍ତି। ମୋଦିଙ୍କ ବଂଶଜ ଉପରେ ପୂର୍ବରୁ ଉଠିଥିବା କଥାକୁ ନେଇ ମୋଦି କଂଗ୍ରେସକୁ ତା’ର ଉତ୍ତର ଦେଇଛନ୍ତି। ରାଜସ୍ଥାନର ନାଗପୁରଠାରେ ନିର୍ବାଚନ ପ୍ରଚାରରେ ସାମିଲ୍‌ ହୋଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି ‘ମୁଁ ମୋ ଜୀବନ ବଞ୍ଚୁଛି, ଯେଉଁଭଳି ତୁମେ ମାନେ ସମସ୍ତେ ନିଜ ନିଜର ଜୀବନ ଜିଉଁଛ। ତୁମମାନଙ୍କ ପୂର୍ବଜଙ୍କ ପରି ମୋ ପୂର୍ବଜଙ୍କୁ ବି କେହି ଜାଣନ୍ତିନାହିଁ।’

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ରାଜ୍ୟ କଂଗ୍ରେସ ନେତା ବିଲାଶରାଓ ମୁତେମଓ୍ଵାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବ୍ୟକ୍ତିଗତ ଭାବେ ଏକ ଆକ୍ରମଣ କରିଥିଲେ। ସେ ମୋଦିଙ୍କ ସଂପର୍କରେ କହିଥିଲେ କି ‘ରାହୁଲ ଗାନ୍ଧୀଙ୍କର ପାଞ୍ଚ ପିଢ଼ି ପର୍ଯ୍ୟନ୍ତ ପୂର୍ବଜଙ୍କୁ ସମସ୍ତେ ଜାଣିଛନ୍ତି। ମାତ୍ର ନରେନ୍ଦ୍ର ମୋଦିଙ୍କ ବାପାଙ୍କୁ ବି କେହି ଜାଣନ୍ତି ନାହିଁ।  ସେ ଆମକୁ କ’ଣ ରେକର୍ଡ ମାଗୁଛନ୍ତି!’ ମୁତେମଓ୍ଵାରଙ୍କ ଏପରି ବୟାନ ବିବାଦୀୟ ହୋଇଥିବା ବେଳେ ବୁଧବାର ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଂଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧିତ ଖବର