ଆସନ୍ତାକାଲି ବାରାଣାସୀରେ ଭୋଟ୍ : କେଦାରନାଥ ଗୁମ୍ଫାରେ ଧ୍ୟାନ ମଗ୍ନ ହେଲେ ମୋଦୀ, ରାତିସାରା କରିବେ ସାଧନା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯ର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ କାଲି  ହେବାକୁ ଥିବା ବେଳେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉତ୍ତରାଖଣ୍ଡରେ କେଦାରନାଥ ଧାମ ପହଞ୍ଚିଛନ୍ତି। ସେଠାରେ ପହଞ୍ଚି ସେ କେଦାରନାଥ ମନ୍ଦିରରେ ପୂଜା-ଅର୍ଚ୍ଚନା କରିଥିଲେ। ସେ ମନ୍ଦିର ବାହାରେ ଥିବା ତୀର୍ଥଯାତ୍ରୀଙ୍କ ଅଭିନନ୍ଦନକୁ ବି ସ୍ୱୀକାର କରିଥିଲେ। ଏହାପରେ କେଦାରନାଥ ଧାମରେ ଚାଲୁଥିବା ପୁନନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ।

ଏହାପରେ ନରେନ୍ଦ୍ର ମୋଦୀ ପାଦରେ ପାହାଡ ଚଢ଼ି ସାଧନା ପାଇଁ ଧ୍ୟାନ ଗୁମ୍ଫାରେ ପହଞ୍ଚିଥିଲେ। ମୋଦୀ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ଗୁମ୍ଫାରେ ରହିବେ। ସେତେ ପର୍ଯ୍ୟନ୍ତ ମୋଦୀ ଏହି ଗୁମ୍ଫାରେ ଧ୍ୟାନ ସାଧନା କରିବେ। ଏହି ଗୁମ୍ଫା କେଦାରନାଥ ମନ୍ଦିରରୁ ପାଖାପାଖି ଦୁଇ କିମି ଦୂର ମନ୍ଦାକିନୀ ନଦୀର ଅପରପାର୍ଶ୍ୱରେ ରହିଛି।

ଆଜି ମୋଦି କେଦାରନାଥ ଧାମରେ ରହିବେ ଓ ଆସନ୍ତାକାଲି ବଦ୍ରିନାଥ ଦର୍ଶନ କରିବାର ଯୋଜନା ରହିଛି। ମୋଦିଙ୍କ ସୁରକ୍ଷା ପାଇଁ ଏସ୍‌ପିଜି, ପୁଲିସ, ପିଏସ୍‌ସି  ଯବାନଙ୍କୁ ନିୟୋଜିତ କରାଯାଇଛି। ଦୁଇବର୍ଷ ଭିତରେ ମୋଦୀଙ୍କ ଏହା ଚତୁର୍ଥ କେଦାରନାଥ ଯାତ୍ରା ।

ସମ୍ବନ୍ଧିତ ଖବର