ଦଳୀୟ ସାଂସଦଙ୍କୁ ଚେତାବନୀ ଶୁଣାଇଲେ ପ୍ରଧାନମନ୍ତ୍ରୀ ମୋଦି; ସଂସଦରେ ଅନୁପସ୍ଥିତିକୁ ବରଦାସ୍ତ କରାଯିବ ନାହିଁ

ନୂଆଦିଲ୍ଲୀ: ସଂସଦରେ ଦଳୀୟ ସାଂସଦମାନଙ୍କର ଅନୁପସ୍ଥିତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦଳୀୟ ସାଂସଦମାନଙ୍କୁ ବେଶ କଡ଼ା ଓ କଠୋର ଶବ୍ଦରେ ଜଣାଇ ଦେଇଛନ୍ତି। ଆଜି ଆୟୋଜିତ ଭାରତୀୟ ଜନତା ପାର୍ଟି (ବିଜେପି) ସଂସଦୀୟ କମିଟି ବୈଠକରେ ଦଳୀୟ ସାଂସଦମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଚଳିତ ବଜେଟ ଅଧିବେଶନ ଆରମ୍ଭରେ ସଂସଦରେ ଅନୁପସ୍ଥିତ ରହିଥିବା ଦଳୀୟ ସାଂସଦମାନଙ୍କୁ ବେଶ କଠୋର ଶବ୍ଦରେ ତାଗିଦ୍‌ ବାଣୀ ଶୁଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ସାଂସଦମାନଙ୍କୁ ସତର୍କ କରାଇଦେବା ସହ ଚେତାବନୀ ଶୁଣାଇ କହିଥିଲେ ଯେ ସଂସଦରେ ଦଳୀୟ ସାଂସଦମାନଙ୍କର ଉପସ୍ଥାନ ନେଇ ରେକର୍ଡ ରଖାଯାଉଛି। ଏବଂ ଦଳୀୟ ସାଂସଦମାନଙ୍କର ସଂସଦରେ ଅନୁପସ୍ଥିତିକୁ ଆଦୌ କୌଣସି ପରିସ୍ଥିତିରେ ବି ଗ୍ରହଣ କିମ୍ବା ବରଦାସ୍ତ କରାଯାଇ ପାରିବ ନାହିଁ।

News Nation

ଅନ୍ୟପକ୍ଷରେ ବୈଠକରେ ଉପସ୍ଥିତ ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ସଂସଦରେ ଦଳୀୟ ସାଂସଦମାନଙ୍କର ଅନୁପସ୍ଥିତିକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ଚଳିତ ଅଧିବେଶନ କାଳରେ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସଂସଦରେ ଗୁରୁତ୍ୱପୂର୍ଣ୍ଣ ତିନି ତଲାକ୍‌ ବିଲ୍‌ ଆଗତ କରୁଥିବା ବେଳେ ସଂସଦରେ ବହୁ ଦଳୀୟ ସାଂସଦ ଅନୁପସ୍ଥିତ ଥିବା କାରଣକୁ ନେଇ ଦଳକୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଦଳୀୟ ସାସଦମାନଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର