ଆଜି ଦୁଇଦିନିଆ ସାଉଦି ଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଶକ୍ତି ଏବଂ ଅର୍ଥନୀତି ଭଳି ପ୍ରମୁଖ କ୍ଷେତ୍ରରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ନିବିଡ଼ କରିବା ଲକ୍ଷ୍ୟ ନେଇ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ସାଉଦୀ ଆରବ ଗସ୍ତରେ ଯାଉଛନ୍ତି। ସାଉଦୀ ରାଜା ସଲମନ୍‌ ବିନ୍‌ ଅବ୍ଦୁଲାଜିଜ୍‌ ଅଲ୍‌ ସାଉଦ୍‌ଙ୍କ ଆମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ମୋଦୀ ସେ ଦେଶକୁ ଯାଉଥିବା ଜଣାପଡ଼ିଛି।

ଦୁଇଦିନିଆ ଗସ୍ତକାଳରେ ସାଉଦୀ ଯୁବରାଜ ମହମ୍ମଦ୍‌ ବିନ୍‌ ସଲ୍‌ମନ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ଏବଂ ସେ ଦେଶରେ ‘ରୁ’ପେ’ର ପ୍ରଚଳନ କରାଇବେ। ରିୟାଦ୍‌ ଠାରେ ‘ଫ୍ୟୁଚର୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଇନିସିଏଟିଭ୍‌’ ମଞ୍ଚର ତୃତୀୟ ଅଧିବେଶନରେ ସେ ଅଭିଭାଷଣ ପ୍ରଦାନ କରିବେ। ସୋମବାର ରାତିରେ ପ୍ରଧାନମନ୍ତ୍ରୀ ରିୟାଦ୍‌ରେ ପହଞ୍ଚିବେ। ପରଦିନ କେତେକ ସାଉଦୀ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଯାଇଥିବା କେତେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Representative Image

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ‘ଏଫ୍‌ଆଇଆଇ’ର ସର୍ବଦଳୀୟ ଅଧିବେଶନରେ ମଧ୍ୟ ଯୋଗ ଦେବେ। ସେଦିନ ରାତିରେ ହିଁ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଲେଉଟି ଆସିବେ।

ସମ୍ବନ୍ଧିତ ଖବର